Report Card Odisha

| Daily Odia News

‘ମାନ୍ୟତା’ରେ ନବାଗତା ସାହିଲ

ବାରିପଦା: ମୌଳିକ କାହାଣୀ, ବଳିଷ୍ଠ ରଚନା, ପ୍ରଭାବଶାଳୀ ସଂଳାପକୁ ନେଇ ସମୃଦ୍ଧ ନୂତନ ଓଡ଼ିଆ ଚଳଚ୍ଚିତ୍ର ‘ମାନ୍ୟତା’ର ସୁଟିଂ ବାରିପଦାର ବିଭିନ୍ନ ସ୍ଥାନରେ ଜାରି ରହିଛି । ଏହି ଚଳଚ୍ଚିତ୍ରର ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଛନ୍ତି ଓଲିଉଡର ଆଗଧାଡ଼ିର ଜଣାଶୁଣା ଲେଖକ ଚିନ୍ମୟ ଦାସପଟ୍ଟନାୟକ । ଚଳଚ୍ଚିତ୍ରର ମୁଖ୍ୟ ଆକର୍ଷଣ ସାଜିଛନ୍ତି ମୁଖ୍ୟ ନାୟିକା ଭାବେ ଅଭିନୟ କରିଥିବା ବାରିପଦା ଝିଅ ନବାଗତା ସାହିଲ ମିଶ୍ର । ପ୍ରଥମ ଫିଲ୍ମ ହେଲେ ମଧ୍ୟ ଏଥିରେ ସାହିଲଙ୍କର ପରିପକ୍ୱ ଅଭିନୟ ସମସ୍ତଙ୍କୁ ଆକର୍ଷିତ କରିଛି । ଚଳଚ୍ଚିତ୍ରର କାହାଣୀ ପ୍ରଭାସିନୀ ପାଟ୍ଟଯୋଶୀଙ୍କ ସମ୍ପୂର୍ଣ୍ଣ ମୌଳିକ କାହାଣୀ । ଲୋକପ୍ରିୟ ଗୀତିକାର ପଁଚାନନ ନାୟକ ଚଳଚ୍ଚିତ୍ରର ଗୀତ ରଚନା କରିଛନ୍ତି । ଯଜ୍ଞ ଦାସ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି । ଚିତ୍ରୋତଳନ ଓ ନିର୍ଦ୍ଦେଶନାଭାର ରଞ୍ଜନ ମିଶ୍ରଙ୍କ ନ୍ୟସ୍ତ ଅଛି । ପ୍ରଯୋଜନାରେ ଅଛନ୍ତି ଯୁବ ପ୍ରଯୋଜକ ବିକାଶ ପଟ୍ଟନାୟକ । ବ୍ୟବସ୍ଥାପନାରେ ସୁଧୀର ମହାନ୍ତି ଥିବା ବେଳେ ତାଙ୍କ ସହଯୋଗୀ ଅଛନ୍ତି ଗୋପାଳ କୃଷ୍ଣ ମହାନ୍ତି ଓ ବିଶ୍ୱଜିତ ପରିଡ଼ା । ଏଥିରେ ବରିଷ୍ଠ ଅଭିନେତା ଅସିତ ପତି, ସୁଶୀଲ ମିଶ୍ର, ଲମ୍ବୋଦର ହୋତା, ବିକାଶ ପଟ୍ଟନାୟକ, ପ୍ରଭଞ୍ଜନ ମିଶ୍ର, ବିଜନ ଦାସ, ସନ୍ତୋଷ ମହାନ୍ତି, ରାମଚନ୍ଦ୍ର ମହାପାତ୍ର, ଗୋକୁଳ ଦାସ ପ୍ରମୁଖ ବିଭିନ୍ନ ଭୂମିକାରେ ଅଭିନୟ କରୁଛନ୍ତି ।

Breaking News