ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଜମ୍ମୁ ଓ କଶ୍ମୀରର ରଜୌରୀ ଜିଲ୍ଲାରେ ଜଣେ ନବନିଯୁକ୍ତ ଅଗ୍ନିବୀରଙ୍କ ମୃତ୍ୟୁ ଘଟିଛି। ଭାରତୀୟ ସେନା ପକ୍ଷରୁ ଏହି ସୂଚନା ଦିଆଯାଇଛି। ମୃତ ଅଗ୍ନିବୀର ଅମୃତପାଲ ସିଂହ ଙ୍କର ଗତ ବୁଧବାରର ମୃତ୍ୟୁ ଘଟିଥିଲା। ସେଦିନ ସେ ସେଣ୍ଟ୍ରୀ ଡ୍ୟୁଟିରେ ଥିବା ବେଳେ ନିଜ ବନ୍ଧୁକରୁ ଗୁଳି ଚଳାଇଥିଲେ। ଗୁଳି ତାଙ୍କ ଶରୀରରେ ବାଜିଥିଲା। ଭାରତୀୟ ସେନା ପକ୍ଷରୁ ଆଜି ଏହି ଖବରକୁ ସ୍ପଷ୍ଟ କରାଯାଇଛି। ଏହା ଏକ ଦୁର୍ଭାଗ୍ୟଜନକ ଘଟଣା ବୋଲି ସେନା ପକ୍ଷରୁ କୁହାଯାଇଛି। ଏନେଇ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିବା ମଧ୍ୟ ସେନା କହିଛି। ଅମୃତପାଲ ସିଂହଙ୍କ ମୃତଦେହକୁ ତାଙ୍କ ଘରକୁ ପଠାଇ ଦିଆଯାଇଥିଲା। ଜଣେ ଜୁନିୟର କମିଶନ୍ଡ ଅଫିସରଙ୍କ ସହିତ ଆଉ ଚାରିଟି ରାଙ୍କର ଅଧିକାରୀ ମୃତଦେହକୁ ନେଇ ତାଙ୍କ ଘରକୁ ଯାଇଥିଲା। ସେନା କର୍ମଚାରୀମାନେ ଅମୃତପାଲ ସିଂହଙ୍କ ଶେଷକୃତ୍ୟ ସମୟରେ ଉପସ୍ଥିତ ରହିଥିଲେ। ଯେହେତୁ ଅମୃତପାଲ ସିଂହ ନିଜକୁ ଗୁଳି କରିଥିଲେ, ସେଥିପାଇଁ ନିୟମ ଅନୁସାରେ ତାଙ୍କୁ କୌଣସି ପ୍ରକାର ଗାର୍ଡ ଅଫ୍ ଅନର ଦିଆଯାଇନଥିଲା ବୋଲି ସେନା ପକ୍ଷରୁ କୁହାଯାଇଛି।






More Stories
ବିଜୁ ବାବୁଙ୍କୁ ଟାର୍ଗେଟ୍ କରିନଥିଲି…..
ନୀତିନ ନବୀନଙ୍କ ଇସ୍ତଫା…..
ଓଏଏସ୍ ସ୍ତରରେ ଅଦଳବଦଳ…..