Report Card Odisha

| Daily Odia News

୧୦୫ ଘଣ୍ଟାରେ ନିର୍ମାଣ ହେଲା ୭୫ କିଲୋମିଟର ସଡ଼କ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଭାରତୀୟ ରାଷ୍ଟ୍ରୀୟ ରାଜାମାର୍ଗ ପ୍ରାଧିକରଣ ୧୦୫ ଘଣ୍ଟା ୩୩ ମିନିଟରେ ୭୫ କିଲୋମିଟର ଦୀର୍ଘ ସିମେଣ୍ଟ ସଡକ ନିର୍ମାଣ କରି ବିଶ୍ୱ ରେକର୍ଡ ହୋଇଛି। କେନ୍ଦ୍ରୀୟ ଭୂତଳ ପରିବହନ ମନ୍ତ୍ରୀ ନିତିନ ଗଡକରୀ ଆଜି ତାଙ୍କ ଟ୍ୱିଟ୍‌ରେ ଏହି ସୂଚନା ଦେଇଛନ୍ତି। ସେ ଉଲ୍ଲେଖ କରିଛନ୍ତି ଯେ NH-୫୩ରେ ୧୦୫ ଘଣ୍ଟା ଓ ୩୩ ମିନିଟ୍‌ରେ ୭୫ କିଲୋମିଟର ଦୀର୍ଘ ସିଙ୍ଗଲ ଲେନରେ ବିଟୁମିନ୍ ଓ କଂକ୍ରିଟ ବିଛେଇବାର ନୂଆ କିର୍ତ୍ତିମାନ ସ୍ଥାପନା ହୋଇଛି। ଭାରତ ସ୍ୱାଧୀନତାର ୭୫ ବର୍ଷ ପାଳନ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଘୋଷିତ ଆଜାଦିକା ଅମୃତ ମହୋତ୍ସବ ଅଧିନରେ ଏ NHAIଏହି ବିଶ୍ୱରେକର୍ଡ ସ୍ଥାପନା କରିଛନ୍ତି, ଯାହାକୁ ଗିନିଜ ବୁକ୍ ଅଫ ୱାର୍ଲଡ ରେକର୍ଡ ପ୍ରମାଣିତ କରିଛନ୍ତି। ଏଥିଲାଗି ଗଡକରୀ ଏନଏଚଆଇଙ୍କ ପ୍ରକଳ୍ପର କୁଶଳ କାର୍ଯ୍ୟାନ୍ୱୟନ ଲାଗି ପ୍ରାଧିକରଣ ଓ ରାଜପଥ ଇନଫ୍ରାକନ ପ୍ରାଇଭେଟ ଲିମିଟେଡଙ୍କ ସମସ୍ତ ଇଞ୍ଜିନିୟର, ଠିକାଦାର, ପରାମର୍ଶଦାତା ଓ ଶ୍ରମିକଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହି ରାଜପଥଟି ମହାରାଷ୍ଟ୍ରର ଅମରାବତୀ-ଅକୋଲା କୁ ସଂଯୋଗ ହୋଇଛି | ଏହାକୁ ନିର୍ମାଣ କରିବା ଲାଗି ୩ ଜୁନ ସକାଳ ୭ଟା ୨୭ ମିନିଟ୍‌ରେ କାମ ଆରମ୍ଭ ହୋଇଥିଲା| ଯାହା ୭ ଜୁନ ଅପରାହ୍ନ ୫ଟାରେ ଶେଷ ହୋଇଛି। ଗଡକରୀ କହିଛନ୍ତି ଯେ ଏହା ପୂର୍ବରୁ ଏହି ରେକର୍ଡ କତାର ଦୋହା ନାମରେ ଥିଲା। ୨୦୧୯ ମସିହାରେ କତାର ରଜଧାନୀ ଦୋହାରେ ୨୫.୨୭୫ ମିଟର ସଡକର ନିର୍ମାଣ ହୋଇଥିଲା। ଏହି କାମ ଶେଷ କରିବାକୁ ୧୦ ଦିନ ସମୟ ଲାଗିଥିଲା।

Breaking News