Report Card Odisha

| Daily Odia News

ନୀଳାଦ୍ରି ବିହାର ଯୁବ ଓ ସାଂସ୍କୃତିକ ସଂଘ ପକ୍ଷରୁ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କୁ ୬ତମ ଗଭୀର ଭକ୍ତିପୁତ ଶ୍ରଦ୍ଧାଞ୍ଜଳି…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ପ୍ରବୀଣ ଜନନାୟକ, ସାହିତ୍ୟକ, ସମ୍ପାଦକ, ଓଡିଶା ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆସାମର ପୂର୍ବତନ ରାଜ୍ୟପାଳ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କୁ ନୀଳାଦ୍ରି ବିହାର ଯୁବ ଓ ସାଂସ୍କୃତିକ ସଂଘ ତରଫରୁ ୬ତମ ଭକ୍ତିପୁତ ଶ୍ରଦ୍ଧାଞ୍ଜଳି ସଭା ଆୟୋଜନ କରାଯାଇଛି | ସଂଘର ସଭାପତି ଡ଼. ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀଙ୍କ ଅଧକ୍ଷକତାରେ ଅୟୋଜିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ସଂଘର ସାଧାରଣ ସମ୍ପାଦକ ତଥା ଯୁବ ସମାଜସେବୀ ଶ୍ରୀ ବିଶ୍ୱଜିତ ପଟ୍ଟନାୟକ, ସଭ୍ୟବୃନ୍ଦ, କର୍ମକର୍ତ୍ତା, ଉପଦେଷ୍ଟା ଓ ସ୍ଥାନୀୟ ଅଞ୍ଚଳର ବାସିନ୍ଦା ଉପସ୍ଥିତ ରହି ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଅଭୁଲା ଓ ଅମର ଜୀବନସମ୍ପର୍କରେ ଆଲୋକପାତ କରିବା ସହ ତାଙ୍କର ଆମାୟିକ ବ୍ୟବହାର ତଥା ସମାଜର ବିଭିନ୍ନ ଉଲ୍ଲେଖନୀୟ ଦିଗ ପ୍ରତି ତାଙ୍କର ସମର୍ପିତ ବ୍ୟକ୍ତିତ୍ୱ ଉପରେ ଆଲୋଚନା କରିଥିଲେ | ପ୍ରକାଶ ଥାଉକି ସ୍ବର୍ଗତ ପଟ୍ଟନାୟକ୨୦୦୧ ମସିହାରେ ସଂଘର ଅଷ୍ଟମ ବାର୍ଷିକ ସାଂସ୍କୃତିକ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ସଂଘର ସାଂସ୍କୃତିକ ଧାରାକୁ ବଜାୟ ରଖିବାର ପ୍ରୟାସକୁ ଭୂୟସୀ ପ୍ରସଂଶା କରିବା ସହ ଯୁବକମାନଙ୍କର କଲା ଓ ସଂସ୍କୃତି ପ୍ରତିଥିବା ଆଗ୍ରହକୁ ଆଗେଇ ନେବାରେ ତାଙ୍କର ସବୁପ୍ରକାର ସାହାଯ୍ୟ ସହଯୋଗ ଓ ସହାନୁଭୂତି ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ | ଆସାମର ରାଜ୍ୟପାଳ ଭାବେ ଦାୟିତ୍ୱ ଗ୍ରହଣ କରିବାରେ ସଙ୍ଘଟନକୁ ତାଙ୍କ ବାସ ଭବନରେ ସମ୍ବର୍ଦ୍ଧନା ଦେବା ଅବସରରେ ସେ ତାଙ୍କର ପୁରୁଣା ଦିନର ସ୍ମୃତିକଂ ମନେପକାଇବା ସହ ତାଙ୍କର ମେଳାପୀ, ବନ୍ଧୁ ବତ୍ସଳ, ଉତ୍ସାହ ଓ ଅତ୍ମୀୟତା ବୋଧ ସଂଘ ପାଖରେ ଆଜିବି ଜୀବନ୍ତ ଓ ଏକ ଅମୂଲ୍ୟ ସମ୍ପଦ ହୋଇ ରହିଛି | ଏହି ସମୟରେ ସ୍ଥାନୀୟ ଅଞ୍ଚଳର ଇଷ୍ଟ ଦେବତା ଇଶାଣେଶ୍ୱର ମହାଦେବଙ୍କ ମନ୍ଦିରର ସମ୍ପର୍କରେ ସେ ପଚାରି ବବୁଝିଥିଲେ ଓ ମନ୍ଦିରର ଉନ୍ନୟନ କାର୍ଯ୍ୟ ସମ୍ବଦ୍ଧିୟ ବିସ୍ତୃତ ବିବରଣୀ ମଧ୍ୟ ତାଙ୍କୁ ଉପସ୍ଥାପନ କରାଯାଇଥିଲା | ସ୍ୱଳ୍ପ ସମୟ ପାଇଁ ହେଲେ ମଧ୍ୟ ସଂଘ ସହିତ ବିତାଇ ଥିବା ମୁହୂର୍ତ୍ତ ଚିରସ୍ମରଣୀୟ ହୋଇ ରହିବ ବୋଲି ଉପସ୍ଥିତ ବକ୍ତମେନେ ମତବ୍ୟକ୍ତ କରିଥିଲେ | ଏହି ଶ୍ରଦ୍ଧାଞ୍ଜଳି ସଭାରେ ସର୍ବଶ୍ରୀ ପ୍ରକାଶ ଚନ୍ଦ୍ର ସାହୁ, ଗଦାଧର ପ୍ରସାଦ ରଥ, ନିରଞ୍ଜନ ସାହୁ, ନାରାୟଣ ପ୍ରତାପ ମୋହନ ପୃଷ୍ଟି, ଶିଶିର କୁମାର ମହାରଣା , ଗୋବିନ୍ଦ ଚନ୍ଦ୍ର ଦାସ, ଅର୍ଜୁନ ଦେହୁରୀ ଓ ନାଟ୍ୟ ନିର୍ଦ୍ଦେଶକ ଛବି ବାରିକ , ସ୍ଥାନୀୟ ବରିଷ୍ଠ ନାଗରିକ ଓ ମାନ୍ୟଗନ୍ୟ ବ୍ୟକ୍ତି ଉପସ୍ଥିତ ରହି ଭକ୍ତିପୁତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ, ପ୍ରଦୀପ ପ୍ରଜ୍ବଳନ ସହ ଦିଵଗତ ଆତ୍ମାର ସଦ୍ଗତି ନିମନ୍ତେ ୨ ମିନିଟ ନିରବ ପ୍ରାଥନା କରାଯାଇଥିଲା | ପରେ ପରେ ଅନୁଷ୍ଠାନର ଶୋକ ପୁସ୍ତିକାର ସ୍ଵାକ୍ଷର କରିବା ସହିତ ସଂଘର ସାଂସ୍କୃତିକ ସଂପାଦକ ବଟକୃଷ୍ଣ ପଣ୍ଡା ଧନ୍ୟବାଦ ପ୍ରସ୍ତାବ ସହ ସଭା ସାଂଗ କରାଯାଇଥିଲା |

Breaking News