Report Card Odisha

| Daily Odia News

ଅମାନିଆଙ୍କୁ ଚେତାବନୀ ଦେଲେ ପୋଲିସ କମିଶନର…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦ୍ଵୈତନଗରୀ କଟକ ଓ ରାଜଧାନୀରେ ଆଜି ରାତି ୯ଟାରୁ ନାଇଟ୍ କର୍ଫ୍ୟୁ ଲାଗୁ ହେଉଛି। ନାଇଟ କର୍ଫ୍ୟୁ ନେଇ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ବିସ୍ତୃତ ଭାବେ ସୂଚନା ଦେଇଛନ୍ତି। କଟକ ଏବଂ ଭୁବନେଶ୍ୱରରେ ବ୍ୟାପକ ପୋଲିସ ମୁତୟନ ହେବେ। ଭୁବନେଶ୍ୱରରେ ୧୦ ପ୍ଲାଟୁନ ଫୋର୍ସ, ୬୦ ଅଫିସର ମୁତୟନ ହେବେ। ଭୁବନେଶ୍ୱରରେ ୨୫ଟି ଜାଗାରେ କଟକଣା ପଏଣ୍ଟ କରାଯିବ ବୋଲି କହିଛନ୍ତି। ସେହିପରି ଅତ୍ୟାବଶ୍ୟକ ସେବାରେ ନିୟୋଜିତ କର୍ମଚାରୀଙ୍କୁ ପାସ୍ ଦରକାର ନାହିଁ। ନିଜ ସଂସ୍ଥା ଦ୍ୱାରା ଦିଆଯାଇଥିବା ପରିଚୟପତ୍ର ଦେଖାଇ ଯାଇପାରିବେ। କାମ ନଥାଇ ଅଯଥା ବାହାରକୁ ବାହାରିବାକୁ ବାରଣ କରାଯାଇଛି। ଅମାନିଆ ହେଲେ ଆଇନ ଅନୁସାରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ। ନାଇଟ କର୍ଫ୍ୟୁ ବେଳେ କଟକ, ଭୁବନେଶ୍ୱରରେ ଜାରି ହେବ ୧୪୪ ଧାରା। ରାତି ୯ଟାରୁ ସକାଳ ୫ଟା ଯାଏ ୧୪୪ ଧାରା ଜାରି ରହିବ। ୧୪୪ ଜାରି ନେଇ ସୂଚନା ଦେଲେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଦେଇଛନ୍ତି। ୧୪୪ ଲାଗୁ ହୋଇଥିବାରୁ ବାହାରେ ବୁଲିବାକୁ କଡ଼ା ବାରଣ ରହିଛି। ଅତ୍ୟାବଶ୍ୟକ ସେବା ଯୋଗାଣକାରୀଙ୍କ ବ୍ୟତୀତ ଅନ୍ୟମାନଙ୍କୁ ବାହାରକୁ ବାହାରିବେନି। ଏହି ସମୟରେ ରାଜଧାନୀ ଓ କଟକରେ ପଇନ୍ତରା ମାରିବ ପୋଲିସ୍। ଆଜି ରାତିରୁ କଟକ, ଭୁବନେଶ୍ୱରରେ ଲାଗୁ ହେଉଛି ନାଇଟ କର୍ଫ୍ୟୁ। ଏନେଇ ଆଜି ଭୁବନେଶ୍ୱରର ବିଭିନ୍ନ ଛକରେ ସଚେତନତା କରାଯାଇଛି। ପୋଲିସ୍ ପକ୍ଷରୁ ଘୋଷଣା କରାଯାଇ ଲୋକଙ୍କୁ ସତର୍କ କରାଯାଇଛି।

Breaking News