Report Card Odisha

| Daily Odia News

ପୁଣେ ରେ ଲାଗୁ ହେଲା ନାଇଟ କର୍ଫ୍ୟୁ

ମୁମ୍ବାଇ: ମହାରାଷ୍ଟ୍ର ସହ ଅନ୍ୟ କିଛି ରାଜ୍ୟରେ ପୁଣି କୋଭିଡର ପ୍ରଭାବ ଦେଖାଯିବା ପରେ ରାଜ୍ୟରେ ସର୍ତକତା ଆରମ୍ଭ ହୋଇଛି । ସେପଟେ ପୁଣେକୁ ପୁଣି ଫେରିଛି ର୍କଫ୍ୟୁ । ରାତି ୧୧ ଟାରୁ ସକାଳ ୬ଟା ଯାଏ ର୍କଫ୍ୟୁ ଲଗାଯାଇଛି । ଏହି ସମୟରେ ଜରୁରୀ ଗାଡି କୁ ଛାଡିଦେଲେ ଅନ୍ୟ ସମସ୍ତ ଗାଡି ଚଳାଚଳ ବନ୍ଦ ରଖାଯାଇଛି । ସେହିପରି ଆସନ୍ତା ୨୮ ତାରିଖ ଯାଏ ସମସ୍ତ ସ୍କୁଲ ଓ କଲେଜ ବନ୍ଦ ରହିବ । ଆସନ୍ତାକାଲି ଠାରୁ ନୂଆ ଗାଇଡଲାଇନ କାର୍ଯ୍ୟକାରୀ ହେବ ବୋଲି ପୁଣେ ଡିଭିଜନାଲ କମିସନର ସୂଚନା ଦେଇଛନ୍ତି । ସେହିଭଳି ଦିନେ କୋଭିଡ ସଂକ୍ରମଣରେ ହଟ୍‌ସ୍ପଟ୍ ଥିବା ଗଞ୍ଜାମ ଜିଲ୍ଲାରେ ଏବେ ସ୍ଥିତି ନିୟନ୍ତ୍ରଣରେ ରହିଛି । ତଥାପି କୋଭିଡ ନିୟମ ପାଳନ କରିବା ଗଞ୍ଜାମ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

Breaking News