ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରାଜଧାନୀ ଦିଲ୍ଲୀରେ କରୋନା ମାମଲା କମିବା ପରେ ସରକାର ସପ୍ତାହାନ୍ତ କର୍ଫ୍ୟୁକୁ ହଟାଇ ଦେଇଛନ୍ତି । ଏନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅବିନ୍ଦର କେଜ୍ରିଓ୍ୱାଲ ଘୋଷଣା କରିଛନ୍ତି । ସୂଚନାନୁସାରେ, ଗତ କିଛି ଦିନ ଧରି ଦିଲ୍ଲୀ ସମେତ ସାରା ଦେଶରେ କରୋନା ସଂକ୍ରମଣ ସାଙ୍ଗକୁ ଓମିକ୍ରନ ଭାରିଆଣ୍ଟ ବଢିଥିଲା | ଯାହାକୁ ଦେଖି ଦିଲ୍ଲୀ ସରକାର ନାଇଟ୍ କର୍ଫ୍ୟୁ ଓ ସପ୍ତାହାନ୍ତ କର୍ଫ୍ୟୁ ଲଗାଇଥିଲେ । ଏବେ ମାମଲା କମୁଛି । ଦିଲ୍ଲୀରେ ପଜିଟିଭିଟି ହାର ବି କମିବାରେ ଲାଗିଛି । ଏବେ ସପ୍ତାହାନ୍ତ କର୍ଫ୍ୟୁ ହଟିବା ସହ ସିନେମା ହଲ୍ ମଧ୍ୟ ଖୋଲିଛି । କେବଳ ନାଇଟ୍ କର୍ଫ୍ୟୁ ଜାରି ରହିବ । ତେବେ ୫୦ ପ୍ରତିଶତ କ୍ଷମତାରେ ସିନେମା ହଲ୍ ଚାଲିବ । ସେହିପରି ଆଉ କିଚି କଟକଣାକୁ ମଧ୍ୟ ସରକାର କୋହଳ କରିଛନ୍ତି । ତେବେ କେବେ ସ୍କୁଲ ଓ କଲେଜ ଖୋଲିବ ସେନେଇ ପରେ ନିଷ୍ପତ୍ତି ନିଆଯିବ ବୋଲି ସରକାର କହିଛନ୍ତି ।






More Stories
ଧର୍ମ ପରିବର୍ତ୍ତନକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ….
ଏପ୍ରିଲ ୯ ସୁଦ୍ଧା ଶେଷ ହେବ ଯୁଦ୍ଧ !…..
ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ…..