Report Card Odisha

| Daily Odia News

ଆଜିଠୁ ରାଜ୍ୟରେ ନାଇଟ୍ କର୍ଫ୍ୟୁ….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆଜିଠୁ ସାରା ରାଜ୍ୟରେ ନାଇଟ୍ କର୍ଫ୍ୟୁ । ସୀମାନ୍ତ ୧୦ଜିଲ୍ଲାରେ ସାପ୍ତାହିକ ସଟ୍ ଡାଉନ୍ । ଏସବୁ ଜିଲ୍ଲା ହେଲା ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ନୂଆପଡ଼ା, ବଲାଙ୍ଗିର, କଳାହାଣ୍ଡି, ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁର। ଛତିଶଗଡ଼ ସୀମାନ୍ତବର୍ତ୍ତୀ ୧୦ଜିଲ୍ଲାରେ ସଂଧ୍ୟା ୬ରୁ ସକାଳ ୫ ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ଲାଗୁହେବ । ଏସବୁ ଜିଲ୍ଲାରେ ପ୍ରତି ଶନିବାର ଓ ରବିବାର ସାପ୍ତାହିକ ସଟ୍ ଡାଉନ୍ ଘୋଷଣା କରାଯାଇଛି । ସେହିଭଳି ରାଜ୍ୟର ବାକି ୨୦ଟି ଜିଲ୍ଲାର ସହରାଞ୍ଚଳରେ ଆଜି ରାତି ୯ରୁ ସକାଳ ୫ ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ଲାଗୁ ହେବ । ରାଜଧାନୀ ଭୁବନେଶ୍ବର ଓ କଟକ ପାଇଁ ଏହି ନିୟମ ଲାଗୁ ହୋଇଛି । ତେବେ ନାଇଟ୍ କର୍ଫ୍ୟୁ ସମୟରେ ସମସ୍ତ ଅତ୍ୟାବଶ୍ୟକ ସେବାକୁ ଅନୁମତି ଦିଆଯାଇଛି । ଅତ୍ୟାବଶ୍ୟକ ସେବା ସହ ଜଡ଼ିତ କର୍ମଚାରୀମାନେ ସେମାନଙ୍କ ଆଇ-କାର୍ଡ଼ ଦେଖାଇ ଯାଇ ପାରିବେ । ପୂର୍ବଭଳି ମାଲବାହୀ ପରିବହନ ଯା ଆସ କରିପାରିବ। ହାଟ, ବଜାରରେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ପାଳନ କରିବାକୁ ବାଧ୍ୟତାମୂଳକ କରାଯାଇଛି । ଅନ୍ୟପଟେ ସଟଡାଉନ ସମୟରେ ଟିକାକରଣ ବନ୍ଦ ରହିବ । ନାଇଟ୍‌ କର୍ଫ୍ୟୁବେଳେ ସମସ୍ତ ଜରୁରୀକାଳୀନ ସେବା ଓ ମାଲ୍‌ ପରିବହନ ଜାରି ରହିବ । ଜଳଯୋଗାଣ, ସ୍ୱାସ୍ଥ୍ୟସେବା, ବିଦ୍ୟୁତ୍‌ ସେବା, ଏଲ୍‌ପିଜି ଗ୍ୟାସ ବିତରଣ, ଟେଲିକମ, ଫୁଡ୍‌ ଡେଲିଭରି ସଂସ୍ଥା, ଆଇଟି କମ୍ପାନି, ନିର୍ମାଣ କାର୍ଯ୍ୟ, ଶିଳ୍ପାନୁଷ୍ଠାନ ସହ ଜଡ଼ିତ କର୍ମଚାରୀମାନେ ପରିଚୟପତ୍ର ଦେଖାଇ ଯାତାୟତ କରିପାରିବେ। ରେଳ ଷ୍ଟେସନ, ବିମାନବନ୍ଦର ଓ ବସଷ୍ଟାଣ୍ଡକୁ ଯାତ୍ରୀ ନେବା ଆଣିବା ପାଇଁ ଗାଡ଼ି ଯାଇପାରିବ । ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମ କର୍ମଚାରୀମାନେ ନାଇଟ୍‌ କର୍ଫ୍ୟୁବେଳେ ଯାତାୟତ କରିପାରିବେ । ସେହିପରି ସଟଡାଉନ ସମୟରେ ମଧ୍ୟ ଜରୁରୀ ସେବା ଜାରି ରହିବ । ଏହି ସମୟରେ ବିବାହ ଓ ଶେଷକୃତ୍ୟ କର୍ମ ପାଇଁ ସ୍ଥାନୀୟ ପ୍ରଶାସନଠାରୁ ଅନୁମତି ନେବାକୁ ହେବ । ଖବରକାଗଜ ବିତରକମାନେ ସକାଳ ୫ଟାରୁ ୮ଟା ଭିତରେ ଖବରକାଗଜ ବିତରଣ କାର୍ଯ୍ୟ କରିପାରିବେ । ତେଜରାତି ସାମଗ୍ରୀ ଓ ଖାଦ୍ୟ ହୋମ୍‌ ଡେଲିଭରି ହୋଇପାରିବ । କୃଷି, ମାଛ ଚାଷ, ପଶୁପାଳନ ଓ ଶିଳ୍ପାନୁଷ୍ଠାନ କାମ କଟକଣାମୁକ୍ତ ରହିଛି । ରାଜପଥ ଓ ଏନଏଚ ପାଶ୍ୱର୍ ଢାବା କେବଳ ଖାଦ୍ୟ ପାର୍ସଲ ଦେଇପାରିବେ ।

 

Breaking News