ରିପୋର୍ଟ କାର୍ଡ / କଟକ
କଟକ ମହାନଗର ନିଗମର ନୂଆ କମିଶନର ଭାବେ କାର୍ଯ୍ୟରେ ଯୋଗଦେଲେ ନିଖିଲ ପବନ କଲ୍ୟାଣ । ଆଜି ସିଏମ୍ସି ଅଫିସରେ ପହଞ୍ଚି ଦାୟିତ୍ବ ଗ୍ରହଣ କରିଛନ୍ତି । କାର୍ଯ୍ୟଭାର ସମ୍ଭାଳିବା ପୂର୍ବରୁ କଟକର ଅଧିଷ୍ଠାତ୍ରୀ ଦେବୀ ମାଆ କଟକ ଚଣ୍ଡୀଙ୍କୁ ଦର୍ଶନ କରି ଆଶୀର୍ବାଦ କରିଛନ୍ତି । ସମସ୍ତଙ୍କ ସହଯୋଗରେ ସହରର ସାମଗ୍ରୀକ ବିକାଶ ପାଇଁ ସମସ୍ତ ପ୍ରକାର ଉଦ୍ୟମ କରିବା ସହ ବିକାଶ ପାଇଁ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ତ୍ବରାନ୍ବିତ କରାଯିବ ବୋଲି କମିଶନର କହିଛନ୍ତି । କହିଛନ୍ତି କି କଟକ ହେଉଛନ୍ତି ବହୁ ପୁରୁଣା ସହର । ତେଣୁ ଏଠାରେ କାମ କରିବା ନିହାତି ଭାବେ ଚ୍ୟାଲେଞ୍ଜିଂ ରହିବ । ସହରରେ ମୁଖ୍ୟ ସମସ୍ୟା ମଧ୍ୟରେ ଡ୍ରେନେଜ ସମସ୍ୟା, ଜଳ ବନ୍ଦୀ ସମସ୍ୟା। ସମସ୍ତଙ୍କ ସହଯୋଗରେ ସହରର ସାମଗ୍ରୀକ ବିକାଶ ପାଇଁ ସମସ୍ତ ପ୍ରକାର ଉଦ୍ୟମ କରିବେ ବୋଲି ନିଜର ପ୍ରତିକ୍ରିୟାରେ ନିଖିଲ ପୱନ କଲ୍ୟାଣ କହିଛନ୍ତି । କଟକ ସହରର ବିକାଶ ପାଇଁ ରାଜ୍ୟ ସରକାରଙ୍କ ଦ୍ବାରା କରାଯାଉଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ତ୍ବରାନ୍ବିତ କରାଯିବ ବୋଲି କମିଶନର କହିଛନ୍ତି ।






More Stories
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..
ଫେବୃଆରୀରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ…..
ରାଉରକେଲା ବିମାନ ଦୁର୍ଘଟଣା:ଆବଶ୍ୟକ ପଡିଲେ ଏୟାର ଲିଫ୍ଟିଙ୍ଗ…..