ରିପୋର୍ଟ କାର୍ଡ / ବାଲେଶ୍ୱର
ନୀଳଗିରି ସ୍ଥିତ କୁଲଡିହା ଅଭୟାରଣ୍ୟରେ ବନ ବିଭାଗର ରାତି ଅଧିଆ କମ୍ବିଂ ଅପରେସନରେ ୬ ଶିକାରୀ ଗିରଫ ସହ ୬ ବନ୍ଧୁକ ଜବତ ହୋଇଛି। କୁଲଡିହା ବନ ବିଭାଗ, ଶିମିଳିପାଳ ଟାଇଗର ପ୍ରୋଟେକ୍ସନ ଫୋର୍ସ ଓ ନୀଳଗିରି ପୋଲିସ ପକ୍ଷରୁ ମିଳିତ ଚଢାଉ କରାଯାଇଥିଲା। ବିଳମ୍ବିତ ରାତିରେ ଚଢାଉ କରାଯାଇ ବାହାବନ୍ଧ ନିକଟ ଡେଉଁଚଖାଲ ଅଂଚଳରୁ ୬ଜଣ ଶିକାରୀଙ୍କୁ ଗିରଫ କରାଯାଇଛି। ସେମାନଙ୍କ ଠାରୁ ୬ଟି ଦେଶୀ ବନ୍ଧୁକ ସହ ହରିଣ ସଂଘ ଜବତ କରାଯାଇଛି। ୩/୪ ଦିନ ପୂର୍ବରୁ ଶିକାରୀ ଗୁଳିରେ ଜଣେ ବନ କର୍ମଚାରୀ ଗୁରୁତର ହେବା ପରେ ପୋଲିସ ଓ ବନ ବିଭାଗ ଅପରେସନ ଆରମ୍ଭ କରିଥିଲେ |






More Stories
ଭୁବନେଶ୍ୱର ଗଣବଳାତ୍କାର:ଝିଅମାନେ ରାତି ୮ଟା ପରେ…..
ବଢ଼ିବ ଜମି ମୂଲ୍ୟ…..
ବିଶ୍ଵସନୀୟତା ହରାଉଛି ସରକାର….