ରିପୋର୍ଟ କାର୍ଡ / ଭୁବନେଶ୍ୱର
ପୁଣି ମଣ୍ଡ ଟକିଲାଣି କରୋନା | ଅନ୍ୟ ରାଜ୍ୟରେ ସଂକ୍ରମଣ ବଢୁଥିବାରୁ ଓଡ଼ିଶାରେ ଆଗୁଆ ସତର୍କତା କରିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ। ସ୍ଥିତି ଉପରେ ନଜର ରଖିବାକୁ ଜିଲ୍ଲାପାଳ , ମ୍ୟୁନିସିପାଲ୍ କମିଶନର ଓ ସିଡିଏମଓଙ୍କୁ ଚିଠି ଲେଖିଛି ସ୍ୱାସ୍ଥ୍ୟ ବିଭାଗ | ଏନେଇ ଆଜି ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ବିଶେଷ କରି ୪ ରୁ ୫ ରାଜ୍ୟରେ ସଂକ୍ରମଣ ବଢିବାରେ ଲାଗିଛି । ମାତ୍ର ଆମ ଓଡିଶାରେ ସ୍ଥିତି ବର୍ତ୍ତମାନ ସୁଦ୍ଧା ସେମିତି ଚିନ୍ତା ଜନକ ନୁହେଁ । କିନ୍ତୁ କେବେ ବି ବଢିପାରେ । ତାକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି । କ୍ଲଷ୍ଟର ଆଉଟ ବ୍ରେକ ଉପରେ ନଜର ରଖିବା ସହ ଟେଷ୍ଟ ବଢାଇବାକୁ କୁହାଯାଇଛି । ଯଦି ବଢେ, ତା ପୂର୍ବରୁ ଜିଲ୍ଲା ସ୍ତରରେ ଆକ୍ସନ ପ୍ଲାନ ପ୍ରସ୍ତୁତ କରି ରଖିବାକୁ କୁହାଯାଇଛି । ପାଣ୍ଡେମିକ ଯାଇନି ରହିଛି, ତେଣୁ ସତର୍କତା ଅବଲମ୍ବନ କରିବାକୁ ପଡିବ । ଯଦି ସଂକ୍ରମଣ ବଢେ ତେବେ କଟକଣା ବଢାଇବାକୁ ଚିନ୍ତା କରାଯିବ । ସେପଟେ ସଂକ୍ରମଣ ବଢୁଥିବାରୁ ରାଜ୍ୟ ମାନଙ୍କୁ କେନ୍ଦ୍ରର ପରାମର୍ଶ। ତଥ୍ୟକୁ ଆଧାର କରି ପଦକ୍ଷେପ ନେବା ପାଇଁ ରାଜ୍ୟକୁ ନିର୍ଦ୍ଦେଶ ଦେଇଛି କେନ୍ଦ୍ର।
More Stories
ଆଜି ହେରାପଞ୍ଚମୀ ନୀତି,ନନ୍ଦିଘୋଷ ରଥ ଭାଙ୍ଗିବେ ମହାଲକ୍ଷ୍ମୀ…..
ଓଡ଼ିଶା ଆସିବେ ରାଷ୍ଟ୍ରପତି….
ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ ପରେ ନିଷ୍ପତ୍ତିକୁ ସ୍ଥଗିତ କଲା ଓଏସ ସଂଘ ….