ରିପୋର୍ଟ କାର୍ଡ / ଦେବଗଡ଼
ମାଟିତଳୁ ବିଡ଼ାବିଡ଼ା ଟଙ୍କା ଜବତ କରିଛି ପୋଲିସ । ଦେବଗଡ଼ରେ ମାଟିତଳୁ ନଗଦ ୩୨ ଲକ୍ଷ ଜବତ କରିଛି ସମ୍ବଲପୁର ପୋଲିସ । ଜବତ ଟଙ୍କା ସମ୍ବଲପୁରର ଏକ ହୋଟେଲରୁ ଚୋରି ହୋଇଥିଲା । ସୂଚନା ଅନୁସାରେ, ୧୬ ତାରିଖରେ ଭିଏସଏସ୍ ମାର୍ଗ ସ୍ଥିତ ହୋଟେଲରୁ ଚୋରି ହୋଇଥିଲା । ୩୯ ଲକ୍ଷ ଟଙ୍କା ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ହୋଟେଲ ସିସିଟିଭି ଫୁଟେଜ ଆଧାରରେ ୪ ଜଣଙ୍କୁ ଧରିଥିଲା ପୋଲିସ । ହୋଟେଲର ଜଣେ ପୂର୍ବତନ କର୍ମଚାରୀଙ୍କ ସହ ୪ ଜଣଙ୍କୁ ଧରିଛି ପୋଲିସ । ଗିରଫ ୪ ଜଣଙ୍କଠାରୁ ସୂଚନା ପାଇ ମାଟିତଳୁ ଟଙ୍କା ଜବତ କରାଯାଇଛି ।
More Stories
ବାଲେଶ୍ୱର ଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ଏବେବି ସଙ୍କଟାପନ୍ନ…..
ସୃଷ୍ଟି ହେଲା ଯୋଡ଼ା ଲଘୁଚାପ: ପ୍ରବଳ ବର୍ଷୀବ,ଏହି ଜିଲ୍ଲାକୁ ରେଡ଼ ୱାର୍ଣ୍ଣିଂ ଜାରି…..
୪ ବ୍ୟକ୍ତିଙ୍କୁ ରାଜ୍ୟସଭାକୁ ମନୋନୀତ କଲେ ରାଷ୍ଟ୍ରପତି…..