ରିପୋର୍ଟ କାର୍ଡ / ଭୁବନେଶ୍ବର
ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆଜି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ଏହି ସାକ୍ଷାତ ଅବସରରେ କୌଣସି ପ୍ରକାରର ରାଜନୈତିକ ଆଲୋଚନା ହୋଇନାହିଁ ବୋଲି ନବୀନ ପଟ୍ଟନାୟକ ଗଣମାଧ୍ୟମକୁ କହିଛନ୍ତି। ବିହାର ଭବନ ନିର୍ମାଣ ଲାଗି ରାଜ୍ୟ ସରକାର ଦେଢ଼ ଏକର ଜାଗା ବିହାର ସରକାରଙ୍କୁ ମାଗଣାରେ ପ୍ରଦାନ କରିବେ। ବିହାରର ଯେଉଁ ତୀର୍ଥଯାତ୍ରୀ ପୁରୀ ଆସି ଜଗନ୍ନାଥ ଦର୍ଶନ କରିବାକୁ ଆସୁଛନ୍ତି, ସେମାନେ ଏଠାରେ ରହିପାରିବେ। ଆମେ ଦୁହେଁ ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ କେନ୍ଦ୍ରମନ୍ତ୍ରୀ ଥିଲୁ। ମେଣ୍ଟ ନେଇ କୌଣସି ଆଲୋଚନା ହୋଇନାହିଁ। ଠିକ୍ ସେହିପରି ନୀତୀଶ କୁମାର ମଧ୍ୟ ପୁରୁଣା ବନ୍ଧୁଙ୍କୁ ସାକ୍ଷାତ କରିବାକୁ ସେ ଆସିଥିଲେ ବୋଲି କହିଛନ୍ତି। ଉଲ୍ଲେଖଯୋଗ୍ୟ, ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚି ସିଧାସଳଖ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ନବୀନ ନିବାସକୁ ଯାଇଥିଲେ। ସେଠାରେ ମଧ୍ୟାହ୍ନ ଭୋଜନ କରିବା ସହ ନବୀନଙ୍କ ସହ ପ୍ରାୟ ଦେଢ଼ ଘଣ୍ଟା ସମୟ ବିତାଇଥିଲେ। ଏହାପରେ ଦୁଇ ନେତା ମିଳିତ ଭାବେ ଗଣମାଧ୍ୟମରେ ବିବୃତି ରଖିଥିଲେ। ଏଣେ ଦେଶର ସମସ୍ତ ଅଣ ବିଜେପି ଦଳକୁ ଏକାଠି କରି ବିରୋଧୀଙ୍କ ମହାମେଣ୍ଟ ଗଠନ କରିବା ଉଦ୍ୟମରେ ଥିବା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ୯ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ ବୋଲି କୁହାଯାଉଥିଲା। ନବୀନ-ନୀତୀଶଙ୍କ ଭେଟଘାଟକୁ ନେଇ ରାଜ୍ୟ ରାଜନୀତି ଠାରୁ ଜାତୀୟ ରାଜନୀତି ଅଧିକ ଚର୍ଚାର ବିଷୟ ପାଲଟିଥିଲା | ଏହି ପ୍ରସଙ୍ଗକୁ ନେଇ ଦେଇଥିବା ପ୍ରତିକ୍ରିୟାକୁ ନେଇ ରାଜନୈତିକ ମହଲରେ ଆଲୋଚନା ହେଉଛି।






More Stories
ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ,ଗୃହମନ୍ତ୍ରୀ, ମୁଖ୍ୟମନ୍ତ୍ରୀ….
ଓଡ଼ିଶାରେ ପଶିପାରିବ ନାହିଁ ବାହାର ରାଜ୍ୟର ଗାଡ଼ି !…..
ରାଜ୍ୟସଭାରେ ଶପଥ ନେଲେ ଓଡ଼ିଶାରୁ ୩ ସାଂସଦ…..