ରିପୋର୍ଟ କାର୍ଡ / ଭୁବନେଶ୍ଵର
ମେ ୧ ଅର୍ଥାତ ଆସନ୍ତାକାଲିଠାରୁ ପର୍ଯ୍ୟଟକଙ୍କ ପାଇଁ ନନ୍ଦନକାନନ ଓ ବଟାନିକାଲ୍ ଗାର୍ଡେନ ବନ୍ଦ ରହିବ। କରୋନା ସଂକ୍ରମଙ୍କୁ ଦୃଷ୍ଟିରେ ରଖି ନନ୍ଦନକାନନ କର୍ତ୍ତୃପକ୍ଷ ଏଭଳି ନିଷ୍ପତ୍ତି ନେଇଛନ୍ତି । ଆସନ୍ତା ୧୫ ତାରିଖ ଯାଏ ସାମୟିକ ବନ୍ଦ ପାଇଁ ନିଷ୍ପତ୍ତି ହୋଇଛି । ତାପରେ ସ୍ଥିତି ଦେଖି ପରବର୍ତ୍ତୀ ନିଷ୍ପତ୍ତି ଚୂଡ଼ାନ୍ତ ହେବ ବୋଲି ସୂଚନା ଦେଇଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ । ସୂଚନାନୁସାରେ, ୨୦୨୦ରେ ଲାଗୁ ହୋଇଥିବା ଲକଡାଉନ୍ ପରେ ଗତ ଅକ୍ଟୋବର ୪ ତାରିଖରେ ଖୋଲିଥିଲା ନନ୍ଦନକାନନ ଏବଂ ବଟାନିକାଲ ଗାର୍ଡେନ ମଧ୍ୟ ଖୋଲିଥିଲା। କିନ୍ତୁ ଏବେ ରାଜ୍ୟରେ କରୋନା ସଂକ୍ରମଣ ଅଧିକ ରହିଛି । ଏପରିକି ସଂକ୍ରମଣ ରୋକିବାକୁ ଅନେକ ଐତିହ୍ୟସ୍ଥଳୀକୁ ମଧ୍ୟ ବନ୍ଦ କରି ଦିଆଯାଇଛି । ତେବେ ମେ ୧ରୁ ନନ୍ଦନକାନନକୁ ବନ୍ଦ ରଖିବାକୁ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି ।
More Stories
ଆରଜି କର ଦୁଷ୍କର୍ମ ଓ ହତ୍ୟା ଘଟଣା: ଦୋଷୀ ସଞ୍ଜୟ ରୟକୁ ଆଜୀବନ କାରାଦଣ୍ଡ…..
୨୪ରୁ ପ୍ରଧାନମନ୍ତ୍ରୀ ଆବାସ ସର୍ଭେ…..
ଓଡିଶା ବହୁ ବିଧ ଖଣିଜ ସମ୍ପଦରେ ଭରପୂର ରାଜ୍ୟ….