ରିପୋର୍ଟ କାର୍ଡ / ଭୁବନେଶ୍ବର
ଏଣିକି ରାଜ୍ୟର କୌଣସି ସହରରେ ଥିବା ଶୌଚାଳୟ ପାଇଁ ଦେବାକୁ ପଡିବ ନାହିଁ ଟଙ୍କା । ଆପଣ ମାଗଣାରେ ଶୌଚାଳୟଗୁଡ଼ିକୁ ବ୍ୟବହାର କରିବେ। ଏନେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହାସହିତ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ସହ ଏହାକୁ କଡ଼ାକଡ଼ି ଲାଗୁ କରିବାକୁ ନଗର ଉନ୍ନୟନ ବିଭାଗ ପକ୍ଷରୁ ସମସ୍ତ ମହାନଗର ନିଗମ କମିସନର ଏବଂ ମ୍ୟୁନିସପାଲଟି, ଏନ୍ଏସିର ନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସୂଚାନମୂତାବକ ପୂର୍ବରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପବ୍ଲିକ ଟଏଲେଟ୍ରେ ପରିସ୍ରା/ଗାଧେଇବା ପାଇଁ ୫ଟଙ୍କା ଲେଖାଏ ଆଦାୟ ହେଉଥିବାବେଳେ ଝାଡ଼ା ଯିବା ପାଇଁ ୧୦ଟଙ୍କା ଲେଖାଏ ଆଦାୟ କରାଯାଉଥିଲା। ତେବେ ଏହା ଦ୍ୱାରା ମଧ୍ୟ ଲୋକଙ୍କୁ ଅସୁବିଧା ହେଉଥିଲା । ବର୍ତ୍ତମାନ ଏଥିରେ ନୂଆ ନିୟମ ଲାଗୁ କରାଯାଇଛି । ଏବେ ଶୌଚାଳୟ ସେବାରେ ଗୋଟେ ଟଙ୍କା ମଧ୍ୟ ଦେବାକୁ ପଡ଼ିବନି ।






More Stories
ବାଛୁରୀ ପାଟିରେ ଫୁଟିଛି ବାରୁଦ…..
ନାବାଳିକାକୁ ଦୁଷ୍କର୍ମ ଓ ପ୍ରସବ ଘଟଣା:ସିଲ୍ ହେବ ନର୍ସିଂହୋମ୍…..
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..