ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସାରା ବିଶ୍ୱ ଦୀର୍ଘଦିନ ଧରି କରୋନା ସହିତ ଲଢେଇ କରୁଛି | ଲହରପରେ ଲହର ମାଢି ଆସୁଛି କରୋନା | ଖାଲି କରୋନା ନୁହେଁ ନୂଆ ନୂଆ ଭାରିଆଣ୍ଟ ଆତଙ୍କ ସୃଷ୍ଟି କରିଛି। ଭାରତରେ ବି ସ୍ଥିତି ଅସମ୍ଭାଳ ହୋଇପଡିଛି । ଏହାକୁ ନଜରର ରଖି ଟିକାକରଣକୁ ଜୋରଦାର କରାଯାଉଛି । ବୁଷ୍ଟର ଡୋଜକୁ ପ୍ରାଥମିକତା ଦିଆଗଲାଣି । ଏହାରି ଭିତରେ ସୁପ୍ରିମକୋର୍ଟ କେନ୍ଦ୍ରକୁ କହିଛନ୍ତି ଯେ, କୌଣସି ବ୍ୟକ୍ତିଙ୍କର ଇଚ୍ଛା ବିରୋଧରେ କିମ୍ବା ଜୋରଜବରଦସ୍ତି ଟିକା ଦିଆଯାଇପାରିବ ନାହିଁ । ଏମିତିକି ତାଙ୍କୁ ବାଧ୍ୟ ମଧ୍ୟ କରାଯାଇପାରିବ ନାହିଁ ।ତେବେ ଦିବ୍ୟାଙ୍ଗ ମାନଙ୍କୁ ଟିକାକରଣ ପ୍ରମାଣପତ୍ର ଦେଖାଇବା ପ୍ରସଙ୍ଗରେ କେନ୍ଦ୍ର ସର୍ବୋଚ୍ଚ ନ୍ୟାୟାଳୟକୁ କହିଛି ଯେ, ଟିକାକରଣ ପ୍ରମାଣପତ୍ରକୁ ବାଧ୍ୟତାମୂଳକ କରିବା ନେଇ କୌଣସି ଏସଓପି ଜାରି କରାଯାଇନାହିଁ । ଏନଜିଓ ଏଭାରା ଫାଉଣ୍ଡେସନର ଏକ ଆବେଦନର ଜବାବରେ କେନ୍ଦ୍ର ଏହାର ଆଫିଡେଭିଟ୍ ଦାଖଲ କରିଛି । ଏହି ଆବେଦନରେ ଭିନ୍ନକ୍ଷମ ମାନଙ୍କୁ ପ୍ରାଥମିକତା ଭିତ୍ତିରେ ଟୀକାକରଣ ପାଇଁ ଘରକୁ ଘର ବୁଲି ସେମାନଙ୍କ ଟିକାକରଣ କରିବାକୁ ଅନୁରୋଧ କରାଯାଇଥିଲା । ଭାରତ ସରକାର ଏବଂ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ଅନୁସରେ ସମ୍ପୃକ୍ତ ବ୍ୟକ୍ତିଙ୍କ ସହମତି ବିନା ବାଧ୍ୟତାମୂଳକ ଟୀକାକରଣ କରାଯାଇ ପାରିବନାହିଁ |
More Stories
ସ୍କୁଲ ବସ୍କୁ ଧକ୍କା ଦେଲା ଟ୍ରେନ୍…..
ଦଲାଇ ଲାମାଙ୍କୁ ମୋଦୀଙ୍କ ଶୁଭେଚ୍ଛାକୁ ଚୀନ୍ର ବିରୋଧ…..
ତୃତୀୟ ଦଳ ଗଠନ କରିବା ମୂର୍ଖାମୀ- ଟ୍ରମ୍ପ…..