Report Card Odisha

| Daily Odia News

ଦିଲ୍ଲୀ ଧର୍ମ ସଂସଦରେ ଘୃଣ୍ୟ ଭାଷଣ ଦିଆଯାଇ ନାହିଁ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଗତବର୍ଷ ଡିସେମ୍ବର ୧୯ ତାରିଖରେ ଦିଲ୍ଲୀରେ ଅନୁଷ୍ଠିତ ‘ଧର୍ମ ସଂସଦ’ରେ ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ବିରୋଧରେ ବକ୍ତାମାନେ କୌଣସି ଘୃଣ୍ୟ ଭାଷଣ ଦେଇ ନ ଥିବା କଥା ଦିଲ୍ଲୀ ପୋଲିସ ସୁପ୍ରିମ୍‌ କୋର୍ଟଙ୍କୁ କହିଛି। ଦକ୍ଷିଣପୂର୍ବ ଦିଲ୍ଲୀର ଡେପୁଟି ପୁଲିସ କମିସନର୍‌ ଈଶା ପାଣ୍ଡେ ସୁପ୍ରିମ୍‌ କୋର୍ଟରେ ଫାଇଲ୍‌ କରିଥିବା ସତ୍ୟପାଠରେ କହିଛନ୍ତି ଯେ, ଉକ୍ତ କାର୍ଯ୍ୟକ୍ରମରେ ସଂଖ୍ୟାଲଘୁମାନଙ୍କୁ ଉତ୍ତେଜିତ କରିବା ଭଳି କୌଣସି ମନ୍ତବ୍ୟ ଦିଆଯାଇ ନାହିଁ। ଘଟଣାର ତଦନ୍ତ କରିବା ବେଳେ ପୋଲିସ ଜାଣି ପାରିଥିଲା ଯେ, ବିଭିନ୍ନରେ ଧର୍ମ ସମ୍ବନ୍ଧରେ ସବିଶେଷ ଆଲୋଚନା କରାଯାଇଛି। କିନ୍ତୁ, କ‌ୌଣସି ସମ୍ପ୍ରଦାୟଙ୍କ ବିପକ୍ଷରେ ଘୃଣ୍ୟ ଭାଷଣ ଦିଆଯାଇ ନାହିଁ। ସତ୍ୟପାଠରେ ଈଶା ପାଣ୍ଡେ କହିଛନ୍ତି, ଏସ୍‌କ୍ୟୁଆର୍‌ ଇଲିୟାସ୍‌ ଏବଂ ଫୈସାଲ୍‌ ଅହମଦ୍‌ ନାମରେ ଦୁଇଜଣ ବ୍ୟକ୍ତି ଘୃଣ୍ୟ ଭାଷଣ ଦିଆଯାଇଥିବା ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗକୁ ଆଧାର କରି ପୁଲିସ ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଜାଣିବାକୁ ପାଇଥିଲା ଯେ, କ‌ୌଣସି ନିର୍ଦ୍ଦିଷ୍ଟ ବିରୋଧ ବିବୃତି ଦିଆଯାଇଥିବା କଥା ଦିଲ୍ଲୀ ଧର୍ମ ସଂସଦରେ ଉତ୍ତୋଳିତ ଭିଡିଓ କ୍ଲିପ୍‌ରୁ ଜଣାପଡ଼ିଛି। ଫାଇଲ୍‌ ହୋଇଥିବା ଅଭିଯୋଗ ଆଧାରରେ ଏଯାବତ୍‌ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି, ତା’ର ରିପୋର୍ଟ ଦାଖଲ କରିବା ପାଇଁ ଗତ ଶୁଣାଣି ବେଳେ ସୁପ୍ରିମ୍‌ କୋର୍ଟ କହିଥିଲେ। ଏହାର ଉତ୍ତର ଭାବେ ଦିଲ୍ଲୀ ପୋଲିସ ଉପରୋକ୍ତ ସତ୍ୟାଠ ଫାଇଲ୍‌ କରାଯାଇଥିଲା।

 

Breaking News