ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସୁପ୍ରିମକୋର୍ଟ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ଙ୍କ ଆବେଦନ ଉପରେ ଶୁଣାଣି କରିବାକୁ ମନା କରି ଦେଇଛନ୍ତି। ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ସମନ ବିରୋଧରେ ହେମନ୍ତ ସୋରେନ୍ ଏହି ପିଟଶନ ଦାଖଲ କରିଥିଲେ। ତେବେ ଜଷ୍ଟିସ ଅନିରୁଦ୍ଧ ବୋଷ ଏବଂ ଜଷ୍ଟିସ ବେଲା ଏମ ତ୍ରିବେଦୀଙ୍କ ବେଞ୍ଚ ହେମନ୍ତ ସୋରେନ୍ଙ୍କୁ ହାଇକୋର୍ଟରେ ଆବେଦନ କରିବାକୁ ଅନୁମତି ଦେଇଛନ୍ତି। ଶୁଣାଣି ସମୟରେ ହେମନ୍ତ ସୋରେନ୍ଙ୍କ ପକ୍ଷରୁ ଓକିଲ ମୁକୁଲ ରେହତଗୀ ହାଜର ହୋଇଥିବା ବେଳେ ଇଡି ପକ୍ଷରୁ ଶୁଣାଣିରେ ଅତିରିକ୍ତ ସଲିସିଟର ଜେନେରାଲ ଏସ.ଭି ରାଜୁ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ମନି ଲଣ୍ଡରିଂ ମାମଲାରେ ହେମନ୍ତ ସୋରେନ୍ଙ୍କୁ ପଚରାଉଚରା ପାଇଁ ଇଡିର ରାଞ୍ଚି କାର୍ଯ୍ୟାଳୟ ସମନ ଜାରି କରିଥିଲା। ତାଙ୍କ ବିବୃତ୍ତି ରେକର୍ଡ କରିବାକୁ ହେମନ୍ତ ସୋରେନ୍ଙ୍କୁ ଡକାଯାଇଥିଲା। ସୋରେନ୍ ଏହା ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ଇଣ୍ଡିଆ ବ୍ଲକ ନେତାଙ୍କୁ ସାକ୍ଷାତ କରିବେନି CJI….
୬୦୦ କକ୍ରୋଚ୍ ପାର୍ଟି ସମର୍ଥକ ଅଟକ….