Report Card Odisha

| Daily Odia News

ପଞ୍ଚଭୂତରେ ଲୀନ ହେଲେ ସଂଗୀତଜ୍ଞ ପ୍ରଫୁଲ୍ଲ କର…..

ରିପୋର୍ଟ କାର୍ଡ / ପୁରୀ

ବିଶିଷ୍ଟ ସଙ୍ଗୀତଜ୍ଞ ଗୀତିକାର ତଥା ସଂଗୀତ ନିର୍ଦ୍ଦେଶକ ପ୍ରଫୁଲ୍ଲ କରଙ୍କ ପାର୍ଥୀବ ଶରୀର ପଞ୍ଚଭୂତରେ ଲୀନ ହୋଇଛି। ଆଜି ଭୁବନେଶ୍ବରରୁ ମରଶରୀର ଆସି ପୁରୀରେ ପହଞ୍ଚିବା ପରେ ବଡ଼ଦାଣ୍ଡ ଦେଇ ତାଙ୍କର ମରଶରୀରକୁ ଶୋଭାଯାତ୍ରାରେ ସ୍ବର୍ଗଦ୍ବାର ନିଆଯାଇଥିଲା । ଅପରାହ୍‌ଣ ପ୍ରାୟ ୪ଟା ୫୦ ସମୟରେ ସେଠାରେ ପ୍ରଫୁଲ୍ଲ କରଙ୍କ ଅନ୍ତିମ ସଂସ୍କାର ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହିତ ସଂପନ୍ନ ହୋଇଛି। ବଡ଼ପୁଅ ମହାଦୀପ କର ମୁଖାଗ୍ନି ଦେଇଛନ୍ତି। ଅନ୍ତିମ ସଂସ୍କାର ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଦୁଇ ମନ୍ତ୍ରୀ ପ୍ରତାପ ଜେନା ଓ ସମୀର ଦାଶ, ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ କୁମାର ଦାସବର୍ମାଙ୍କ ସମେତ ସ୍ବଗତଃ କରଙ୍କ ପରିବାର ବର୍ଗ ,ଜିଲ୍ଲାପାଳ ସମର୍ଥ ବର୍ମା, ଏସ୍‌ପି ଡ. କେ.ବିଶାଳ ସିଂହ, ଉପଜିଲ୍ଲାପାଳ ଭବତରଣ ସାହୁ, ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନର କର୍ମକର୍ତ୍ତା, ବୁଦ୍ଧିଜୀବୀ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ବିଶିଷ୍ଟ ସଂଗୀତଜ୍ଞ ତଥା କମଳଦେଶର ରାଜକୁମାର ରୂପେ ପରଚିତ ପ୍ରଫୁଲ୍ଲ କରଙ୍କ ରବିବାର ଭୁବନେଶ୍ବର ସତ୍ୟନଗର ବାସଭବନରେ ଦେହାନ୍ତ ହୋଇଥିଲା। ସ୍ବର୍ଗତଃ ପ୍ରଫୁଲ୍ଲ କରଙ୍କୁ ମୃତ୍ୟୁବେଳକୁ ୮୩ ବର୍ଷ ହୋଇଥିଲା। ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ପତ୍ନୀ ମନୋରମା କର, ଦୁଇ ପୁଅ ମହାଦୀପ ଓ ମହାପ୍ରସାଦଙ୍କ ସମେତ ପରିବାରର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ।

 

Breaking News