ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବିହାରର ସାରଣ ଜିଲ୍ଲାରେ ଆଜି ପୁଣି ଏକ ପୋଲ ଭୁଶୁଡ଼ି ପଡ଼ିଛି। ଗଣ୍ଡକୀ ନଦୀ ଉପରେ ନିର୍ମାଣ ହୋଇଥିବା ଏହି ପୋଲ ସାରଣରୁ ପଡ଼ୋଶୀ ସିୱାନକୁ ସଂଯୋଗ କରୁଥିଲା। ମାତ୍ର ୧୫ ବର୍ଷ ତଳେ ଏହି ପୋଲ ନିର୍ମାଣ ଶେଷ ହୋଇଥିଲା ଏବଂ ଆଜି ଏହା ଭୁଶୁଡ଼ି ପଡ଼ିଛି। ସାରଣରେ ଗତ ୨୪ ଘଣ୍ଟା ମଧ୍ୟରେ ୩ଟି ପୋଲ ଭୁଶୁଡ଼ିଲାଣି। ତେବେ ଏଥିଯୋଗୁଁ କେହି ମୃତାହତ ହୋଇନାହାନ୍ତି। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଗତକାଲି ରାଜ୍ୟରେ ସମସ୍ତ ପୁରୁଣା ପୋଲ୍ଗୁଡ଼ିକୁ ଭଲଭାବେ ଯାଞ୍ଚ କରି ଜରୁରୀ ଭିତ୍ତିରେ ଆବଶ୍ୟକ ସ୍ଥଳେ ମରାମତି କରିବାପାଇଁ ନିର୍ଦ୍ଦେଶ ଦେଇଥିଲେ। ସାରଣ ବାଦ୍ ପୂର୍ବ ଚମ୍ପାରଣ, ଆରାରିଆ, ମଧୁବନି, କିଶନଗଞ୍ଜ, ଏବଂ ସିୱାନ ଜିଲ୍ଲାରେ ଗତ ୧୭ ଦିନ ମଧ୍ୟରେ ୧୨ଟି ପୋଲ ଭୁଶୁଡ଼ି ପଡ଼ିବାପରେ ବିରୋଧୀ ଦଳ ନେତାମାନେ ସରକାରଙ୍କୁ ଟାର୍ଗେଟ୍ କରିବା ଆରମ୍ଭ କରିଛନ୍ତି।






More Stories
ସୁନା କିଣନା,ବିଦେଶ ବୁଲି ଯାଅନା: ମୋଦୀ……
ଚିନିକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି…..
ପେଟ୍ରୋଲ୍ରେ ଇଥାନଲ ମାତ୍ରା ଦର୍ଶାଇବା ଆବେଦନ ଖାରଜ…..