ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
JEE Main ୨୦୨୨ ପାଇଁ ଆରମ୍ଭ ହୋଇଯାଇଛି ପଞ୍ଜୀକରଣ । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ମଙ୍ଗଳବାର ଏହି ପରୀକ୍ଷା ତାରିଖ ଘୋଷଣା ହୋଇଛି । ଏନଟିଏର ଆଧିକାରିକ ୱେବସାଇଟକୁ ଯାଇ ଏ ସମ୍ପର୍କରେ ସମ୍ପୂର୍ଣ୍ଣ ସୂଚନା ପାଇପାରିବେ । ଏହି ଲିଙ୍କରେ http://jeemain.nta.nic.in କ୍ଲିକ୍ କରି ଆପଣ ଜେଇଇ ୱେବସାଇଟକୁ ଯାଇ ପାରିବେ । ଆସନ୍ତା ଏପ୍ରିଲରୁ ପ୍ରଥମ ଚରଣର ପରୀକ୍ଷା ହେବାକୁ ଥିବା ବେଳେ ଏହା ଏପ୍ରିଲ ୧୬-୨୧ ମଧ୍ୟରେ ଅନୁଷ୍ଠିତ ହେବ । ୨୪ ମେ ରୁ ୨୯ ମେ ମଧ୍ୟରେ ପରୀକ୍ଷାର ଦ୍ୱିତୀୟ ଚରଣ ଆୟୋଜିତ ହେବ । ଜେଇଇ ପରୀକ୍ଷା ସୂଚୀ ଘୋଷଣା କରିବା ସହିତ ପଞ୍ଜୀକରଣ ମଧ୍ୟ ଆରମ୍ଭ କରାଯାଇଛି । ମାର୍ଚ୍ଚ ୧ ତାରିଖରୁ ପଞ୍ଜୀକରଣ ଆରମ୍ଭ ହୋଇଥିବା ବେଳେ http://jeemain.nta.nic.inରେ କ୍ଲିକ୍ କରି ଅନଲାଇନରେ ପଞ୍ଜୀକରଣ କରି ହେବ । ୫ ମାର୍ଚ୍ଚରୁ ମୂଲ୍ୟାଙ୍କମନ ଆରମ୍ଭ ହେବା ସହିତ ଏପ୍ରିଲ ମାସରେ ଫଳାଫଳ ପ୍ରକାଶ ପାଇବ ।






More Stories
ମହିଳା ସଂରକ୍ଷଣ ଆଇନ ଏହିଦିନ କାର୍ଯ୍ୟକାରୀ ହେବ:ବିଜ୍ଞପ୍ତି ଜାରି….
ଡିଏମ୍କେ ଲାଗି ପ୍ରଚାର କରିବେ କେଜରିୱାଲ….
ପୁଣି ରାଜ୍ୟସଭାର ଉପାଧ୍ୟକ୍ଷ ହେଲେ ହରିବଂଶ ନାରାୟଣ…..