ରିପୋର୍ଟ କାର୍ଡ / ନୂଆପଡ଼ା
ବିହାର ବିଧାନସଭା ସହ ନୂଆପଡ଼ା ଉପନିର୍ବାଚନ ଅନୁଷ୍ଠିତ ହେବ। ଏନେଇ ସୂଚନା ଜାରି କରିଛନ୍ତି ଭାରତୀୟ ନିର୍ବାଚନ କମିଶନ। କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନିଯୁକ୍ତି କରିବା ନେଇ ସୂଚନା ବି ଦେଇଛନ୍ତି। ୩୨୦ ଆଇଏଏସ୍ଙ୍କ ୬୦ ଆଇପିଏସ୍ ଏବଂ ୯୦ ଆଇଆର୍ଏସ୍ ସହ ମୋଟ୍ ୪୭୦ ପର୍ଯ୍ୟବେକ୍ଷକ ନିଯୁକ୍ତି ହେବେ। ଭାରତ ନିର୍ବାଚନ ଆୟୋଗ ନୂଆପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଅନୁଷ୍ଠିତ ହେବାକୁ ଯାଉଥିବା ଉପନିର୍ବାଚନ ପାଇଁ ଜନପ୍ରତିନିଧିତ୍ୱ ଆଇନ ୧୯୫୦ର ଧାରା ୨୧ ଅନୁଯାୟୀ ଏକ ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ (SSR) ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ ପରେ ନୂଆପଡ଼ାରେ ଉପନିର୍ବାଚନ ଅନୁଷ୍ଠିତ ହେବ। ଏହି ଉପନିର୍ବାଚନରେ ୩ ପ୍ରମୁଖ ଦଳ ଭାଜପା, ବିଜେଡି ଏବଂ କଂଗ୍ରେସ ମଧ୍ୟରେ ଟକ୍କର ହେବ।
More Stories
ହାତୀଙ୍କ ପାଇଁ ଘର ତିଆରିବେ ସରକାର……
ଭିଜିବ ଦଶହରା,୪ ଦିନ ବର୍ଷିବ……
ଆଜିଠୁ ନୂଆ ସମୟ:ସକାଳ ୮ରେ ଖୋଲିବ ନନ୍ଦନକାନନ……