Report Card Odisha

| Daily Odia News

ନୂତନ ସରକାର ଗଠନ ଉତ୍ସବକୁ ମିତ୍ର ଦେଶକୁ ନିମନ୍ତ୍ରଣ କଲା ତାଲିବାନ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଫଗାନିସ୍ତାନକୁ ତାଲିବାନ କବଜା କରିଥିଲା ସୋମବାର ଶେଷ ପ୍ରଦେଶ ପଞ୍ଜଶିରକୁ ଦଖଲ କରିଛି | ଏହା ପରେ ତାଲିବାନ ଆତଙ୍କି ଗୋଷ୍ଠୀ ସରକାର ଗଠନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଛି। ଦେଶରେ ନୂତନ ସରକାର ଗଠନ ଉତ୍ସବରେ ଯୋଗଦେବାକୁ ପାକିସ୍ତାନ, ଚୀନ, ରୁଷ, କାତାର, ତୁର୍କୀ ଏବଂ ଇରାନ ପ୍ରଭୃତି ରାଷ୍ଟ୍ରଙ୍କୁ ନିମନ୍ତ୍ରଣ କରିଛି ତାଲିବାନ । ସୂଚନାଯୋଗ୍ୟ ଯେ ପାକିସ୍ତାନ, ଚୀନ ଓ ରୁଷର ଦୂତାବାସ ସମ୍ପ୍ରତି ଆଫଗାନିସ୍ତାନରେ ରହିଛି। ଏଥିସହିତ ଆଉ କିଛି ହାତଗଣତି ରାଷ୍ଟ୍ରର ଦୂତାବାସ ସେଠାରେ ରହିଛି। ସୋମବାର ଦିନ ତାଲିବାନ ସମର୍ଥିତ ଏକ ଟ୍ୱିଟର ହ୍ୟାଣ୍ଡଲରୁ ଜଣାଯାଇଛି ଯେ ତାଲିବାନ ସମ୍ପ୍ରତି ଆଫଗାନିସ୍ତାନକୁ ସମ୍ପୂର୍ଣ୍ଣ ଭାବରେ ଲଢେଇରୁ ମୁକ୍ତ କରିଛି। ଏଣିକି ଏହା ଏକ ଅନ୍ତର୍ଭୁକ୍ତି ଭିତ୍ତିକ ସରକାର ଗଠନ କରିବ। ପୂର୍ବ ସରକାର ଅପେକ୍ଷା ଏହା ଭିନ୍ନ ହେବ ବୋଲି ତାଲିବାନର ମୁଖ୍ୟ ମୁଖପାତ୍ର ଜବିଉଲ୍ଲା ମୁଜାହିଦଙ୍କ ଉକ୍ତିକୁ ଉଦ୍ଧାର କରି ଏହି ଟ୍ୱିଟର ହ୍ୟାଣ୍ଡଲରେ କୁହାଯାଇଛି। ଅନ୍ୟପକ୍ଷରେ ପଞ୍ଜଶିରର ନ୍ୟାସନାଲ ରେଜିଷ୍ଟାନ୍ସ ଫ୍ରଣ୍ଟ (ଏନଆରଏଫ) ପକ୍ଷରୁ କୁହାଯାଇଛି ଯେ ଏବେ ମଧ୍ୟ ପଞ୍ଜଶିର ତାଲିବାନ ଦଖଲକୁ ଯାଇନାହିଁ। ସେମାନଙ୍କ ଯୋଦ୍ଧାମାନେ ଏବେ ବି ପଞ୍ଜଶିରର ମୁଖ୍ୟ କୋଶଳାତ୍ମକ ସ୍ଥାନରେ ରହିଛନ୍ତି ଏବଂ ସେମାନେ ତାଲିବାନ ବିରୋଧରେ ଲଢେଇ ଜାରି ରଖିବେ।

Breaking News