Report Card Odisha

| Daily Odia News

ଓଏଏସ୍ ସ୍ତରରେ ଅଦଳବଦଳ……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଓଏଏସ ଅଧିକାରୀ ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ କରାଯାଇଛି । ଏସ ଆଣ୍ଡ ଏମଇ ବିଭାଗର ଅତିରିକ୍ତ ସଚିବ ଧରମ ହାଂସଦାଙ୍କୁ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ସଚିବ ଭାବେ ଦାୟିତ୍ୱ ଦିଆଯାଇଛି । ଏନେଇ ରାଜ୍ୟ ସାଧାରଣ ପ୍ରଶାସନ ଓ ଜନସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ଏସ ଆଣ୍ଡ ଏମଇ ବିଭାଗର ଅତିରିକ୍ତ ସଚିବ ସମ୍ବିତ କୁମାର ନାୟକଙ୍କୁ ଡବ୍ଲ୍ୟୁ ଆଣ୍ଡ ସିଡି ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଛି । ସୁନ୍ଦରଗଡ଼ ପିଡି, ଡିୟୁଡିଏ ରୀତା ଡାଙ୍ଗଙ୍କୁ ସୁନ୍ଦରଗଡ଼ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲର ପ୍ରଶାସନିକ ଅଧିକାରୀ ଭାବେ ବଦଳି କରାଯାଇଛି । ଏଥିସହିତ ତାଙ୍କୁ ସୁନ୍ଦରଗଡ଼ ପିଡି, ଡିୟୁଡିଏ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ଖଲ୍ଲିକୋଟ ୟୁନିଟାରି ୟୁନିଭରସିଟି, ବ୍ରହ୍ମପୁରର ଏକ୍ସ-ରେଜିଷ୍ଟ୍ରାର ଆଶୁତୋଷ ସାମଲଙ୍କୁ କଟକ ଆରଡିସି (ସିଡି) ଭାବେ ଦାୟିତ୍ୱ ଦିଆଯାଇଛି । କଟକ କିଷନନଗର ତହସିଲଦାର ଥିବା ଇନ୍ଦିରା ସାହୁଙ୍କୁ ଶ୍ରୀ ଜଗନ୍ନାଥ ମେଡିକାଲ କଲେଜ ଓ ହସ୍ପିଟାଲ, ପୁରୀର ପ୍ରଶାସନିକ ଅଧିକାରୀ ଭାବେ ଦାୟିତ୍ୱ ଦିଆଯାଇଛି । ସମ୍ବଲପୁର ଡେପୁଟି କଲେକ୍ଟର ଜୟଶ୍ରୀ ପାଢ଼ୀଙ୍କୁ ଭୀମଭୋଇ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ, ବଲାଙ୍ଗିରର ପ୍ରଶାସନିକ ଅଧିକାରୀ ଭାବେ ଟ୍ରାନ୍ସଫର କରାଯାଇଛି ।

Breaking News