ରିପୋର୍ଟ କାର୍ଡ / ଭୁବନେଶ୍ୱର
ବିଲ୍ଡରଙ୍କୁ ଓଡ଼ିଶା ରିୟଲ ଇଷ୍ଟେଟ୍ ରେଗୁଲେଟରି ଅଥରିଟି ପକ୍ଷରୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ପ୍ରକଳ୍ପ ପଞ୍ଜୀକରଣ ବେଳେ ଏଗ୍ରିମେଣ୍ଟ ଫର୍ ସେଲ୍ ଫର୍ମାଟ୍ ଦାଖଲ କରିବାକୁ କୁହାଯାଇଛି। ଏଣିକି ଆଉ ଏଗ୍ରିମେଣ୍ଟ ଫର ସେଲ ଫର୍ମାଟ୍ ପାଇଁ ଦାଖଲ ହେଉଥିବା ସତ୍ୟପାଠ ଗ୍ରହଣ କରାଯିବନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଛି।ଏପରିକି ପୂର୍ବରୁ ପଞ୍ଜୀକରଣ ହୋଇଥିବା ପୁରୁଣା ପ୍ରକଳ୍ପ ପାଇଁ, ଜାନୁଆରୀ ୧୫ ମଧ୍ୟରେ ନିଜ ପ୍ରକଳ୍ପ ୱେବ ସାଇଟରେ ଏଗ୍ରିମେଣ୍ଟ ଫର୍ ସେଲ୍ ଫର୍ମାଟ୍ ଅପଲୋଡ୍ ବା ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ୨୦୧୭ ମସିହାରେ ଆରମ୍ଭ ହୋଇଥିବା ଏଗ୍ରିମେଣ୍ଟ ଫର ସେଲ ଫର୍ମାଟରେ ପ୍ରକଳ୍ପର ଜମି ସମ୍ବନ୍ଧୀୟ ତଥ୍ୟ, ଆପାର୍ଟମେଣ୍ଟର ମୂଲ୍ୟ, ପ୍ରକଳ୍ପ ସମ୍ପୂର୍ଣ ହେବାର ଶେଷ ତାରିଖ, ବିଲ୍ଡରଙ୍କ ବ୍ୟାଙ୍କ ଆକାଉଣ୍ଟ ନମ୍ବର, କେଉଁ ପରିସ୍ଥିତିରେ ବାସଗୃହ କ୍ରେତାଙ୍କୁ କ୍ଷତିପୂରଣ ମିଳିବ। ପ୍ରକଳ୍ପରେ କଣ କଣ ସୁବିଧା ସୁଯୋଗ ରହିବ, ପ୍ରକଳ୍ପର ୱାରେଣ୍ଟି ଓ ବୀମା ଆଦି ସମ୍ପର୍କିତ ତଥ୍ୟ ରହିଥାଏ। ଯାହାକି ବାସଗୃହ କ୍ରେତାଙ୍କ ଲାଗି ବେଶ ସହାୟକ ହୋଇଥାଏ।






More Stories
ଚନ୍ଦନପୁରରେ ଗୋଷ୍ଠୀ ସଂଘର୍ଷ…..
କଳାବଜାରୀ କଲେ ହେବ କାର୍ଯ୍ୟାନୁଷ୍ଠାନ…..
ମା’ଙ୍କୁ ମାରି ପ୍ଲାଷ୍ଟର କରିଦେଲା ପୁଅ !…..