Report Card Odisha

| Daily Odia News

୧୨ରୁ ଆରମ୍ଭ ହେବ ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ……

ରିପୋର୍ଟ କାର୍ଡ / ଭୁବନେଶ୍ୱର

କରୋନା କଟକଣା ମଧ୍ୟରେ ଆସନ୍ତା ୧୨ ତାରିଖରୁ ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ  । ଏଥର ବିଧାନସଭା ବଜେଟ ଅଧିବେଶନ ପୂର୍ବରୁ ସବୁ ବିଧାୟକଙ୍କର କୋଭିଡ ଟେଷ୍ଟ ହେବ। ଏହି ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ବିଧାୟକଙ୍କ ଆଣ୍ଟିଜେନ ଟେଷ୍ଟ କରି ଦୁଇ ଘଣ୍ଟା ଭିତରେ ଦିଆଯିବ ରିପୋର୍ଟ । ଯାହାର ନେଗେଟିଭ ରିପୋର୍ଟ ଆସିବ, କେବଳ ସେମାନଙ୍କୁ ବିଧାନସଭା ଭିତରକୁ ପ୍ରବେଶ ଅନୁମତି ଦିଆଯିବ। କେବଳ ସେମାନେ ହିଁ ଗୃହ କାର୍ଯ୍ୟରେ ଭାଗ ନେଇପାରିବେ। ସୂଚନାଯୋଗ୍ୟ, ବିଭିନ୍ନ ରାଜ୍ୟରେ କରୋନ କୋପ ପୁଣି ଥରେ ଲେଉଟିଥିବା ବେଳେ ରାଜ୍ୟ ସରକାର ଏଥିନିମନ୍ତେ ସତର୍କତାମୂଳକ ଗାଇଡଲାନ୍‌ ଜାରି କରି ସାରିଲେଣି। ପୁଣି ଥରେ ଯେପରି କରୋନା ଗ୍ରାଫ ଉପରମୁହାଁ ନ ହୁଏ ସେଥିନିମନ୍ତେ ବିଭିନ୍ନ ନିର୍ଦ୍ଦେଶାବଳୀ ଜାରି କରାଯାଉଛି। ଆଗକୁ ଜାଗର ଥିବା ବେଳେ ବହୁ ଲୋକଙ୍କ ସମାଗମ ତଥା ଏକାଠି ଦୀପ ଜାଳିବାକୁ ବାରଣ କରାଯାଇଛି। ସେହିପରି ବିଧାନସଭା ଅଧିବେଶନ ଆରମ୍ଭ ହେବାକୁ ଥିବାରୁ ଏପରି ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି।

Breaking News