Report Card Odisha

| Daily Odia News

୨୭ ରୁ ଓଏଏସ୍ ପ୍ରିଲିମ୍ ପରୀକ୍ଷା….

ରିପୋର୍ଟ କାର୍ଡ / କଟକ

ଓପିଏସସି ଦ୍ୱାରା ପରିଚାଳିତ ଚଳିତବର୍ଷ ଓଏଏସ ପ୍ରାଥମିକ ପରୀକ୍ଷା ଆସନ୍ତା ଅଗଷ୍ଟ ୨୭ରେ ଅନୁଷ୍ଠିତ ହେବ। ଦୁଇଟି ପର୍ଯ୍ୟାୟ( ସିଟିଂ)ରେ ଏହି ପରୀକ୍ଷା ଆୟୋଜିତ ହେବ। କୋଭିଡ କଟକଣାକୁ ଦୃଷ୍ଟିରେ ରଖି ଚଳିତବର୍ଷ ଏହି ପରୀକ୍ଷା ରାଜ୍ୟର ୫ଟି ସହରରେ ଅନୁଷ୍ଠିତ ହେବ। ଭୁବନେଶ୍ୱର, କଟକ ସମେତ ବ୍ରହ୍ମପୁର, ବାଲେଶ୍ୱର ଓ ସମ୍ବଲପୁରରେ ପରୀକ୍ଷା କେନ୍ଦ୍ର କରାଯିବ ବୋଲି ଆୟୋଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି। ପ୍ରଥମ ପର୍ଯ୍ୟାୟ ପରୀକ୍ଷା ୨୮ତାରିଖ ୧୦ଟାରୁ ୧୨ଟା ଏବଂ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ଦିନ ୧ଟାରୁ ଆରମ୍ଭ ହୋଇ ୩ଟାରେ ଶେଷ ହେବ। ଭିନ୍ନକ୍ଷମ ପରୀକ୍ଷାର୍ଥୀଙ୍କ ପାଇଁ ଉଭୟ ପର୍ଯ୍ୟାୟରେ ଅଧିକ ୪୦ମିନିଟ୍‍ ସମୟ ଦିଆଯିବ। ସେମାନେ ପରୀକ୍ଷା ଶେଷ ହେବାର ଅଧିକ ୪୦ମିନିଟ୍‍ ପରେ ଉତ୍ତରଖାତା ଦାଖଲ କରିବେ। ସୂଚନାଯୋଗ୍ୟ, ଆୟୋଗ ପକ୍ଷରୁ ଜୁନରେ ଓଏଏସ ପ୍ରାଥମିକ ପରୀକ୍ଷା କରାଯିବାକୁ ନିଷ୍ପତ୍ତି ହୋଇଥିଲା। କରୋନା ଦ୍ୱିତୀୟ ଲହର ପାଇଁ ପରୀକ୍ଷାକୁ ଅନିର୍ଦିଷ୍ଟ ସମୟ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିଲା। କରୋନା ସଂକ୍ରମଣ ହ୍ରାସ ପାଇବା ପରେ ଆୟୋଗ କର୍ତ୍ତୃପକ୍ଷ ଅଗଷ୍ଟରେ ଏହି ପରୀକ୍ଷା କରିବାକୁ ପୁଣି ଥରେ ନିଷ୍ପତ୍ତି ନେଇଛନ୍ତି।

Breaking News