Report Card Odisha

| Daily Odia News

ଓଡିଶା ଦୁର୍ନୀତି ସଂଘର୍ଷ ମଂଚ ତରଫରୁ ଆଦୃତ ଅନାଥାଶ୍ରମରେ ବୃକ୍ଷ ରୋପଣ ଓ ଖାଦ୍ୟ ସାମଗ୍ରୀ ବଣ୍ଟନ….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଶୁକ୍ରବାର ଢ଼ଦ୍‌ୟାନ ସମୟରେ ଓଡିଶାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଓଡିଶା ଦୁର୍ନୀତି ସଂଘର୍ଷ ମଂଚ ତରଫରୁ ଭୁବନେଶ୍ୱର ନିକଟବର୍ତ୍ତୀ କଣ୍ଟାବାଡ ଗ୍ରାମରେ ଅବସ୍ଥିତ “ଆଦୃତା” (ବାଳିକା ମାନଙ୍କ ପାଇଁ ଉଦ୍ଦିଷ୍ଟ ଅନାଥାଶ୍ରମ) ପରିସରରେ ଫଳ ଓ ପୁଷ୍ପ ଚାରା ମାନ ରୋପଣ କରାଯାଇଥିଲା । ଏତଦ ବ୍ୟତୀତ ଉକ୍ତ ଅନୁଷ୍ଠାନର ଅଧିବାସୀ ମାନଙ୍କ ପାଇଁ ଶୁଖିଲା ଖାଦ୍ୟ, ଡାଲି, ତେଲ, ଲୁଣ, ମସଲା, ଆଳୁ, ବିସ୍କୁଟ, ଡଟପେନ ଇତଦ୍ୟାଦି ପ୍ରଦାନ କରାଯାଇଥିଲା । ମଂଚ ତରଫରୁ ଅଧ୍ୟକ୍ଷ ଡ. ନନ୍ଦ ନନ୍ଦନ ଦାସ ରାଜ୍ୟ ସାଧାରଣ ସମ୍ପାଦକ ଲାୟନ ଡ. ଜଗବନ୍ଧୁ ଷଡଙ୍ଗୀ, କୋଷାଧ୍ୟକ୍ଷ ଅମୀର ପ୍ରସାଦ ସାହୁ , ପରିଚାଳନା କମିଟି ସଦସ୍ୟା ବନଜା ତ୍ରିପାଠୀ, ଉପାସନା ରାଓ, ଲଶୟନ କ୍ଷିତୀଶ ପାଲଟା ସିଂ, ଲାୟନ ବେଣୁ ଗୋପାଳ ଚୌଧୁରୀ, କାମିନୀ ମୋହନ ସାମନ୍ତରାୟ, ଦୀନବନ୍ଧୁ ଷଡଙ୍ଗୀ, ପ୍ରସନ୍ନ କୁମାର ତ୍ରିପାଠୀ, ଉପଦେଷ୍ଟା ପ୍ରାନ୍ତନ ଜିଲ୍ଲା ଜଳ ଓ ମଞ୍ଚର ପୂର୍ବତନ ଅଧ୍ୟକ୍ଷ ଉମା ଚରଣ ମିା୍ର, ଉପଦେଷ୍ଟା ତଥା ମଞ୍ଚର ପ୍ରାନ୍ତନ ସମ୍ପାଦକ ବରିଷ୍ଠ ଆଇନୀଜୀବି ସୁଧୀର ମହାନ୍ତି, ସନ୍ତୋଷ ପାତ୍ର ଇତ୍ୟାଦି ଯୋଗେ ଦଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ । କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଆଦୃତ ଅନୁଷ୍ଠାନର ପ୍ରତିଷ୍ଠାତା ପ୍ରଫେସର ଡ. ଆଦିତ୍ୟ କୁମାର ମହାନ୍ତି ସମସ୍ତ ସାହାଯ୍ୟ ସହଯୋଗର ବ୍ୟବସ୍ଥା କରିଥିଲେ । ଆଦୃତ ଅନୁଷ୍ଠାନର ସମ୍ପାଦିକା ସୁପ୍ରୀତି ମହାନ୍ତି, ଘର ମା ରଞ୍ଜୁଲତା ପାୃୀ, ଅନ୍ୟ ସଦସ୍ୟ ସଦସ୍ୟା କର୍ମକର୍ତ୍ତା ଓ ଛାତ୍ରୀ ମାନେ ବୃକ୍ଷ ରୋପଣରେ ସାହାଯ୍ୟ କରି ଚାରା ରୋପଣ କରିଥିଲେ । ଏହି ଅନୁଷ୍ଠାନର ଅନ୍ତେବାସୀ ମାନେ ବିଭିନ୍ନ ସ୍କୁଲ, କଲେଜ, ଆଇ.ଟି.ଆଇ. ଇଂଜିନିୟରିଂ ସ୍କୁଲ ଓ କଲେଜ ମାନଙ୍କରେ ଶିକ୍ଷା ଗ୍ରହଣ କରୁଛନ୍ତି । କାର୍ଯ୍ୟକ୍ରମ ଶେଷରେ ମଞ୍ଚର କମୀମାନେ ଅନୁଷ୍ଠାନର ଛାତ୍ରୀମାନଙ୍କ ଦ୍ୱାରା ପ୍ରସ୍ତୁତ ଚିତ୍ର କଳା, ସିଲେଇ କରିଥିବା ପୋଷାକ ଓ ହସ୍ତ କର୍ମ, ନାଚ, ଗୀତ ଓ କମ୍ପ୍ୟୁଟର ଗୃହ ମାନ ପରିଦର୍ଶନ କରିଥିଲେ । ଆଦୃତା ର ଲାଇାବ୍ରେରୀ ପାଇଁ କିଛି ଉପାଦେୟ ପୁସ୍ତକ ଯୋଗାଇ ଦେବାକୁ ଓଡିଶା ଦୁର୍ନୀତି ସଂଘର୍ଷ
ମଞ୍ଚର ସାଧାରଣ ସମ୍ପାଦକ ଡ. ଜଗବନ୍ଧୁ ଷଡଙ୍ଗୀ ପ୍ରତିଶୃତି ଦେଇଥିଲେ|

Breaking News