ରିପୋର୍ଟ କାର୍ଡ / ଭୁବନେଶ୍ବର
ଓଡିଶା କର୍ମଚାରୀ ପ୍ରବରଣ ଆୟୋଗ ମାଧ୍ୟମରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ୱାରା ଶିକ୍ଷକ ପ୍ରଶିକ୍ଷକଙ୍କ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି କ୍ରମରେ ୧୦୮ ଜଣ ଶିକ୍ଷକ ପ୍ରଶିକ୍ଷକଙ୍କୁ ଉପଯୁକ୍ତ ଚୟନ ପ୍ରକ୍ରିୟା ଆଧାରରେ ଚୟନ କରାଯାଇଛି । ସେମାନଙ୍କୁ ଜିଲ୍ଲା ପ୍ରଶିକ୍ଷଣ ଅନୁଷ୍ଠାନ ଓ ବ୍ଲକ୍ ପ୍ରଶିକ୍ଷଣ ଅନୁଷ୍ଠାନରେ ନିଯୁକ୍ତ କରାଯିବ । ଏହି ପ୍ରଶିକ୍ଷକମାନେ ପ୍ରାଥମିକ ଶିକ୍ଷକମାନଙ୍କୁ ପ୍ରଶିକ୍ଷଣ ଦେବେ । ଓଡିଶାର ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ଆଣିବା ସହ ଶିକ୍ଷାକ୍ଷେତ୍ରରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଏହି ନିଯୁକ୍ତିର ପ୍ରମୁଖ ଉଦ୍ଦେଶ୍ୟ ରହିଛି। ଏହି ଶିକ୍ଷକ ପ୍ରଶିକ୍ଷକମାନଙ୍କ ନିୟୋଜନ ପ୍ରାଥମିକ ଶିକ୍ଷକମାନଙ୍କର ନିରନ୍ତର ବୃତ୍ତିଗତ ବିକାଶ ଉପରେ ଗୁରୁତ୍ୱାରୋପ କରିବ । ଏହାସହ ସେମାନଙ୍କୁ ନିଜ ବୃତ୍ତିରେ ଉତ୍କର୍ଷତା ପ୍ରତିପାଦନ ପାଇଁ ଆବଶ୍ୟକୀୟ ସମସ୍ତ ଜ୍ଞାନକୌଶଳ ଯୋଗାଇଦେବ । ବିଭିନ୍ନ ତାଲିମ କାର୍ଯକ୍ରମର ଆୟୋଜନ, ପରିକଳ୍ପନା, ବିତରଣ, କର୍ମଶାଳା ସହ ସେମିନାର ପରିଚାଳନା, ଶିକ୍ଷାଦାନ ଓ ପାଠ୍ୟକ୍ରମ ବିକାଶ ଉପରେ ମାର୍ଗଦର୍ଶନ ପ୍ରଦାନ କରିବ ।






More Stories
ଆଜିଠାରୁ ବରଗଡ଼ ଧନୁଯାତ୍ରା……
ସାଦା ପୋଷାକରେ ଜଗିବ ପୋଲିସ…..
ଶ୍ରୀମୟୀଙ୍କ ବିସ୍ଫୋରକ ମନ୍ତବ୍ୟ……