ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି କେନ୍ଦ୍ର ସରକାର ସିବିଏସଇ ଦଶମ ପରୀକ୍ଷା ବାତିଲ କରିଛନ୍ତି | ଏହା ପରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପ୍ରତିକ୍ରିୟା ରଖି କହିଛନ୍ତି କି ବର୍ତ୍ତମାନ ରାଜ୍ୟରେ ପରୀକ୍ଷା ହେବ କି ନାହିଁ ସେନେଇ ଚିନ୍ତା କରିବୁ । ଅନୁଧ୍ୟାନ କଲା ପରେ ଯାହା ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି । ସୂଚନାଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକ ପରେ କେନ୍ଦ୍ର ସରକାର ସିବିଏସଇ ବୋର୍ଡ ପରୀକ୍ଷା ବାତିଲ୍ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ଟ୍ବିଟ୍ କରି ସୂଚନା ଦେଇଛନ୍ତି । ଛାତ୍ରଛାତ୍ରୀଙ୍କ କେଉଁ ଆଧାରରେ ମାର୍କ ଦିଆଯିବ ସେ ନିଷ୍ପତ୍ତ ସିବିଏସଇ ବୋର୍ଡ ନିଷ୍ପତ୍ତି ନେବ । ମାର୍କରେ ସନ୍ତୁଷ୍ଟ ନହେଲେ ଛାତ୍ରଛାତ୍ରୀ ପୁଣି ଥରେ ପରୀକ୍ଷା ଦେଇପାରିବେ । ସେପଟେ ବର୍ତ୍ତମାନ ପାଇଁ ସିବିଏସଇ ଯୁକ୍ତ ୨ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ଜୁନ୍ ୧ ରେ ବୈଠକ ବସିବା ପରେ ପରୀକ୍ଷା ନେଇ ନିଷ୍ପତ୍ତି ନିଆଯିବ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ଏଭଳି ନିଷ୍ପତ୍ତି ନେଇଛନ୍ତି ବୋଲି ସୂଚନା ମିଳିଛି ।
More Stories
କୁଖ୍ୟାତ ଅପରାଧୀଙ୍କୁ ତଡିପାର କରାଯିବ…..
ଆୟୁଷ୍ମାନ ଭାରତକୁ ନେଇ ବଡ଼ ଘୋଷଣା….
ଗୋପାଳପୁର ବନ୍ଦ ଗଲା ଆଦାନୀ ଗ୍ରୁପକୁ…..