Report Card Odisha

| Daily Odia News

ପୋଲିସ ଡିଏସପି ସ୍ତରରେ ବଦଳି…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଓଡ଼ିଶା ପୋଲିସ ସେବା(ଓପିଏସ)ରେ କାର୍ଯ୍ୟରତ ଅଫିସରସ୍ତରରେ ଛୋଟଧରଣର ବଦଳି ହୋଇଛି । ରାଜ୍ୟ ପୋଲିସ ଏଷ୍ଟାବ୍ଲିସମେଂଟ ବୋର୍ଡର ଅନୁମୋଦନ ପରେ ଏହି ବଦଳି ବିଜ୍ଞପ୍ତି ଜାରି ହୋଇଛି ।ଗୃହ ବିଭାଗର ବିଜ୍ଞପ୍ତି ଅନୁସାରେ, ଭୁବନେଶ୍ୱରସ୍ଥିତ ଏସଓଜିରେ ଡିଏସପି ଭାବେ କାର୍ଯ୍ୟରତ ଆକାଶ ଚନ୍ଦ୍ର ସାହୁଙ୍କୁ ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀର ଡିଏସପି ଭାବେ ବଦଳି ହୋଇଛି । ସେହିପରି ଭୁବନେଶ୍ୱରର ସିଏଡବ୍ଲ୍ୟୁରେ ଡିଏସପି ସବିତାରାଣୀ ଜେନାଙ୍କୁ ବୈରୀସ୍ଥିତ ପୋଲିସ ପ୍ରଶିକ୍ଷଣ ପ୍ରତିଷ୍ଠାନର ଡିଏସପି, କଟକସ୍ଥିତ ଏଚଆରପିସିରେ କାର୍ଯ୍ୟରତ ରଜନୀକାନ୍ତ ମଲ୍ଲିକଙ୍କୁ ନୟାଗଡ଼ ପୋଲିସ ଟ୍ରେନିଂ କେନ୍ଦ୍ରର ଡିଏସପି ଭାବେ ବଦଳି ହୋଇଛି । କଟକ ପୋଲିସ ମୁଖ୍ୟାଳୟରେ କାର୍ଯ୍ୟରତ ଅକ୍ଷୟ କୁମାର ନାୟକଙ୍କୁ ଭୁୂବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀର ଡିଏସପି ଭାବେ ବଦଳି ହୋଇଛି । ସେହିପରି ସଙ୍ଗୀତା ଟପ୍ପୋଙ୍କୁ ଅନୁଗୁଳ ପୋଲିସ ପ୍ରଶିକ୍ଷଣ କେନ୍ଦ୍ରର ଡିଏସପି ଭାବେ ବଦଳି କରାଯାଇଥିବା ଜଣାପଡ଼ିଛି ।

Breaking News