ରିପୋର୍ଟ କାର୍ଡ / ଭୁବନେଶ୍ବର
ରାଜ୍ୟ ପୋଲିସ ଦେଇଥିବା ପ୍ରସ୍ତାବରେ ରାଜି ହୋଇଛନ୍ତି ସରକାର। ଏକ୍ସ ସର୍ଭିସ୍ ମ୍ୟାନ ନିଯୁକ୍ତି ପାଇଁ ରାଜ୍ୟ ସରକାର ଅନୁମୋଦନ କରିଛନ୍ତି । ୩୦୦୯ ଟି ଓଡ଼ିଶା ସ୍ପେଶାଲ ଷ୍ଟ୍ରାଇକିଂ ଫୋର୍ସ ପୋଷ୍ଟରେ ନିଯୁକ୍ତି ପାଇବେ ଏକ୍ସ ସର୍ଭିସ୍ ମ୍ୟାନ । ସିପାହିରୁ କମାଣ୍ଡାଣ୍ଟ ରାଙ୍କରେ ମିଳିବ ନିଯୁକ୍ତି । ଏକ୍ସ ସର୍ଭିସ୍ ମ୍ୟାନଙ୍କୁ ଆଣ୍ଟି ନକ୍ସଲ୍ ଅପରେସନରେ ନିୟୋଜିତ କରାଯିବ । ଜେଲ୍, ଥାନା, ଫାଣ୍ଡି ଓ ବିଭିନ୍ନ ସମ୍ବେଦନଶୀଳ ଜାଗାରେ ହେବେ ମୁତୟନ। ଚୁକ୍ତି ଭିତ୍ତିକ ନିୟୋଜିତ ହେବେ ଫୋର୍ସ। ୩୦ରୁ ୪୦ହଜାର ଟଙ୍କା ପର୍ଯ୍ୟନ୍ତ ପାଇବେ ସିପାହୀ। ୮୦ହଜାର ୫୫୦ଟଙ୍କା ପାଇବେ କମାଣ୍ଡାଣ୍ଟ। ଏକ ମାସର ଟ୍ରେନିଂ ପରେ ଏକ ବର୍ଷିୟା ଚୁକ୍ତିରେ ରହିବେ ଏକ୍ସ ସର୍ଭିସ୍ ମ୍ୟାନ। ଭଲ କାମ କଲେ ୩୧ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ରହି ପାରିବେ ଏକ୍ସ ସର୍ଭିସ୍ ମ୍ୟାନ। ବିଏସଏଫ, ସିଆରପିଏଫ, ସିଏପିଏଫରୁ ଅବସର ନେଇଥିବା ଅଫିସରମାନେ ଆସିବେ ଏକ୍ସ ସର୍ଭିସ୍ ମ୍ୟାନ୍। ଆସନ୍ତା ୧୫ଦିନ ମଧ୍ୟରେ ଏହ କାର୍ଯ୍ୟକାରୀ ହେବ ବୋଲି ପୋଲିସ ଡିଜି ଯୋଗେଶ ବାହାଦୂର ଖୁରାନିଆ ସୂଚନା ଦେଇଛନ୍ତି।
More Stories
ଜିରୋ ନାଇଟ୍ ସେଲିବ୍ରେସନ୍ ପାଇଁ କମିସନରେଟ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା….
ମନ୍ତ୍ରୀମାନେ ଜିଲ୍ଲା କଥା ବୁଝିବେ….
ARIଙ୍କୁ ବାନ୍ଧିଲା ଭିଜିଲାନ୍ସ…..