Report Card Odisha

| Daily Odia News

ଓଡ଼ିଶାରେ ଉତ୍ପାଦନ ହେବ କୋଭାକ୍ସିନ୍ ଟିକା…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଓଡ଼ିଶାରେ ଉତ୍ପାଦନ ହେବ କୋଭାକ୍ସିନ୍ ଟିକା। ଆସନ୍ତା ବର୍ଷ ଜୁନ୍ ସୁଦ୍ଧା ରଜ୍ୟରେ କୋଭାକ୍ସିନ୍ ଟିକା ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖାଯାଇଛି | ଏନେଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ସମୀକ୍ଷା ବୈଠକରେ ସୂଚନା ମିଳିଛି । ଏହି ଲକ୍ଷ୍ୟ ନେଇ ଭୁବନେଶ୍ୱର ଅନ୍ଧାରୁଆଠାରେ ଟିକା ଉତ୍ପାଦନ ଶିଳ୍ପାନୁଷ୍ଠାନର ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଛି। କାର୍ଯ୍ୟର ଅଗ୍ରଗତିର ସମୀକ୍ଷା କରିଥିଲେ ମୁଖ୍ୟ ଶାସନ ସଚିବ। ତାସହ ଟିକା ଉତ୍ପାଦନ ୟୁନିଟ୍ ଏବଂ ଅନ୍ୟାନ୍ୟ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଭାରତ ବାଇଓଟେକ୍ ଇଣ୍ଟରନ୍ୟାସନାଲ କମ୍ପାନୀ ଏବଂ ଅନ୍ଧାରୁଆ ବାଇଓଟେକ୍ ପାର୍କ ପାଇଁ ଗଠିତ ସ୍ୱତନ୍ତ୍ର ଏସପିଭିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଆସନ୍ତା ବର୍ଷ ଜୁନ୍ ସୁଦ୍ଧା ଏହି ୟୁନିଟ୍‌ରୁ ଯେପରି ଟିକା ଉତ୍ପାଦନ ହେବ, ସେହି ଲକ୍ଷ୍ୟ ନେଇ ନିର୍ମାଣ କାମ ସାରିବାକୁ ମୁଖ୍ୟ ସଚିବ ନିର୍ଦ୍ଦେଶ ଦେଇଥିଲେ। ସେହିପରି ମ୍ୟାଲେରିଆ ଟିକା ସମେତ ପ୍ରାୟ ୧୦ ପ୍ରକାର ଟିକା ଉତ୍ପାଦନ କରିବାକୁ ବି ଲକ୍ଷ୍ୟ ରଖାଯାଇଥିବା ସୂଚନା ମିଳିଛି। ଏହାବ୍ୟତୀତ ଭୁବନେଶ୍ୱର ଇନଫୋସିଟି ନିକଟରେ ଇଡକୋ ଦ୍ୱାରା ଏକ ଅତ୍ୟାଧୁନିକ ଜିରୋ-ହବ୍ ଇନକ୍ୟୁବେସନ୍ ଭବନ ନିର୍ମାଣ କରାଯାଇଛି। ଯେଉଁଠି ବିଭିନ୍ନ କ୍ଷେତ୍ରରେ କାମ କରୁଥିବା ଇନକ୍ୟୁବେଟର ମାନଙ୍କୁ ଏଥିରେ ସ୍ଥାନ ଦିଆଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି।

 

Breaking News