ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜିଠୁ ଓଡ଼ିଶା ହାଇକୋର୍ଟ କାର୍ଯ୍ୟକ୍ଷମ ହେବ । ହାଇକୋର୍ଟ କର୍ମଚାରୀ ସମେତ ହାଇକୋର୍ଟର ଅନ୍ୟାନ୍ୟ ଜୁଡିସିଆଲ୍ ଷ୍ଟାଫ୍ କରୋନାରେ ଆକ୍ରାନ୍ତ ହୋଇଥିଲେ | ତେଣୁ ଗତ ୧୩ ତାରିଖରୁ ୧୭ ତାରିଖଯାଏ ହାଇକୋର୍ଟ ସମେତ ଏହାର କାର୍ଯ୍ୟାଳୟକୁ ସଟ୍ଡାଉନ୍ ଘୋଷଣା କରାଯାଇଥିଲା । ଏହା ଭିତରେ ହାଇକୋର୍ଟ ଓ କାର୍ଯ୍ୟାଳୟ ସାନିଟାଇଜେସନ୍ କରାଯାଇଛି । ତେବେ ଜାନୁୟାରୀ ୧୮ ତାରିଖରୁ ଫେବୃୟାରୀ ୪ ତାରିଖ ମଧ୍ୟରେ କେବଳ ହାଇକୋର୍ଟଙ୍କ ଦୁଇ ଜଣିଆ ଖଣ୍ଡପୀଠ ଓ ଜଣିକିଆ ଖଣ୍ଡପୀଠରେ କେବଳ ଅତି ଜରୁରୀ ମାମଲାର ଶୁଣାଣି ହେବ । ତେବେ ସଟ୍ଡାଉନ୍ ଅବଧି ମଧ୍ୟରେ ତାଲିକାଭୁକ୍ତ ମାମଲା ଗୁଡିକ ଫେବୃୟାରୀ ୭ ତାରିଖରୁ ଶୁଣାଣି ହେବ ବୋଲି ସୂଚନା ମିଳିଛି ।
More Stories
ପୁଣି ଲଘୁଚାପ: ଅରେଞ୍ଜ ଓ୍ବାର୍ନିଂ ଜାରି….
ଆଜି ତିନିରଥ ହେବ ଦକ୍ଷିଣ ମୋଡ…..
ଆଜି ହେରାପଞ୍ଚମୀ ନୀତି,ନନ୍ଦିଘୋଷ ରଥ ଭାଙ୍ଗିବେ ମହାଲକ୍ଷ୍ମୀ…..