Report Card Odisha

| Daily Odia News

ଆଜି ରାଜ୍ୟରେ ୬୯୯୮କରୋନା ପଜିଟିଭ ଚିହ୍ନଟ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆଜି ବି ରାଜ୍ୟରେ ୬୯୯୮ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ ସଙ୍ଗରୋଧରୁ ୪୦୫୪ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୨୯୪୪ ଜଣ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪୩୫୫୧୩ରେ ପହଞ୍ଚିଛି । ଏବେ ସୁଦ୍ଧା ଭାଇରସକୁ ମାତ୍ ଦେଇ ୩,୭୫,୭୧୧ ଜଣ ସୁସ୍ଥ ହୋଇ ସାରିଥିବା ବେଳେ ରାଜ୍ୟରେ ସଂକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ରହିଛି ୫୭,୭୧୦ । ଏବେ ସୁଦ୍ଧା ରାଜ୍ୟରେ ୧୦୦୪୧୨୦୪ସାମ୍ପୁଲ ପରୀକ୍ଷଣ କରାଯାଇ ଥିବା ନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ ଜରିଆରେ ସୂଚନା ମିଳିଛି । ତେବେ ଆଜି ପୁଣି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୧୯ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆଜି ଚିହ୍ନଟ ହୋଇଥିବା ନୂଆ ସଂକ୍ରମିତଙ୍କ ମଧ୍ୟରେ କଟକରୁ ୫୧୭, ସୁନ୍ଦରଗଡ଼ରୁ ୪୭୪, ନୂଆପଡ଼ାରୁ ୪୨୦ ଜଣ,ଝାରସୁଗୁଡ଼ାରୁ ୩୯୬, ବରଗଡ଼ରୁ ୩୩୦, ଅନୁଗୁଳରୁ ୩୨୫,ସମ୍ବଲପୁରରୁ ୩୨୩, ମୟୂରଭଞ୍ଜରୁ ୩୦୮, କଳାହାଣ୍ଡିରୁ ୨୯୨, ପୁରୀରୁ ୨୮୮, ନବରଙ୍ଗପୁରରୁ ୨୫୫ ଓ ବଲାଙ୍ଗିରରୁ ୨୩୬ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଯାଜପୁରରୁ ୨୨୬, ରାୟଗଡ଼ାରୁ ୧୮୧, କେନ୍ଦୁଝରରୁ ୧୬୦ ଜଣ, ସୁବର୍ଣ୍ଣପୁରରୁ ୧୩୧ ଜଣ, ଗଞ୍ଜାମରୁ ୧୨୮ ଜଣ, ଗଜପତି ଓ ନୟାଗଡ଼ରୁ ୧୨୧ ଲେଖାଏଁ, ଜଗତସିଂହପୁରରୁ ୧୦୪ ଜଣ, ବାଲେଶ୍ୱରରୁ ୯୭ଜଣ , ଭଦ୍ରକରୁ ୯୧ ଜଣ, କେନ୍ଦ୍ରାପଡ଼ାରୁ ୭୭ ଜଣ, ଦେବଗଡ଼ରୁ ୭୪ ଜଣ, ବୌଦ୍ଧରୁ ୬୫ ଜଣ, କୋରାପୁଟରୁ ୫୭ ଜଣ, କନ୍ଧମାଳରୁ ୪୫ ଜଣ, ମାଲକାନଗିରିରୁ ୩୦ ଜଣ, ଢେଙ୍କାନାଳରୁ ୨୨ଜଣ ଓ ଷ୍ଟେଟ୍ ପୁଲରୁ ୧୮୫ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।

Breaking News