ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟକୁ ଚିନ୍ତା ବଢ଼ିଛି କରଣର ଦ୍ୱିତୀୟ ଲହର | କରୋନା ସ୍ଥିତି ନିୟନ୍ତ୍ରଣ ବାହାରକୁ ଗତିକରୁଛି | ୨୪ ଘଣ୍ଟା ମଧ୍ୟରେ ୧୨୮୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ଏହି ସବୁକୁ ଦୃଷ୍ଟିରେ ରଖି ଛତିଶଗଡ଼କୁ ଟ୍ରେନ୍ ବନ୍ଦ ପାଇଁ ପ୍ରସ୍ତାବ ଦିଆଯାଇଛି। କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ରେଳ ଯାତ୍ରୀଙ୍କ ପାଇଁ କଟକଣା ଲାଗିପାରେ। ଆସନ୍ତାକାଲିଠୁ ଛତିଶଗଡ଼ରୁ ବା ଛତିଶଗଡ଼ ଦେଇ ଆସୁଥିବା ସମସ୍ତ ପ୍ରକାର ଟ୍ରେନ୍ ସେବା ବନ୍ଦ ରଖିବା ନେଇ ରେଲ୍ୱେ ବୋର୍ଡ ଅଧ୍ୟକ୍ଷଙ୍କୁ ମୁଖ୍ୟ ସଚିବ ଚିଠି ଲେଖିଛନ୍ତି। ସେପଟେ ଏପ୍ରିଲ ୧୦ରୁ ୩୦ ତାରିଖ ପର୍ଯ୍ୟନ୍ତ ଛତିଶଗଡ଼କୁ ସମସ୍ତ ପ୍ରକାର ପବ୍ଲିକ ଟ୍ରାନ୍ସପୋର୍ଟ ବନ୍ଦ ପାଇଁ ପରିବହନ କମିଶନରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବର୍ଡର ଚେକ୍ପୋଷ୍ଟ୍ରେ କଡ଼ା ଚେକିଂ କରିବାକୁ ମଧ୍ୟ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ରହିଛି। କରୋନା ନେଗେଟିଭ ରିପୋର୍ଟ ନଥିଲେ ଚେକ୍ପୋଷ୍ଟ୍ ଦେଇ ଆସୁଥିବା ଲୋକଙ୍କୁ ୭ ଦିନ କ୍ୱାରେଣ୍ଟିନ୍ରେ ରଖିବାକୁ ସ୍ପଷ୍ଟ କରାଯାଇଛି।






More Stories
ଆଚାର ସଂହିତା ଶିଖିବେ ପିସିଆର କର୍ମଚାରୀ…..
ସାକ୍ଷରତା ହାରରେ ୨୮ତମ ସ୍ଥାନରେ ଓଡ଼ିଶା……
ମନ୍ତ୍ରୀଙ୍କୁ ବିଭାଗ ବାଣ୍ଟିଲେ ଶୁଭେନ୍ଦୁ…..