ରିପୋର୍ଟ କାର୍ଡ / କୋରାପୁଟ
ମହାମାରୀ କରୋନାର ଦ୍ଵିତୀୟ ଲହର ରାଜ୍ୟରେ କାୟାମେଲାଉଛି | ସଂକ୍ରମଣ କୁ ରୋକିବା ପାଇଁ ରାଜ୍ୟ ସରକାର ତତ୍ପର ଦେଖାଇ କଠୋର ହୋଇଛି | ହେଲେ ଲୋକେବି ଢିଲା ହୋଇଯାଇଛନ୍ତି | ଅମାନିଆଙ୍କୁ ସାବାଡ କରିବାକୁ ଆରମ୍ଭ ହୋଇଛି ସ୍ପେଶାଲ ଡ୍ରାଇଭ୍ । କୋଭିଡ ନିୟମକୁ କଡାକଡି କରାଯାଇଛି | ଏହି କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ରାୟଗଡ଼ାରେ ଏକ ସିନେମା ହଲକୁ ସିଲ କରାଯାଇଛି । ରାୟଗଡ଼ା ଜିଲ୍ଲାପାଳ ଓ ଏସପି ଚଢଉ କରି ସିନେମା ହଲକୁ ସିଲ କରିଥିବା ଜଣାଯାଇଛି । କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି । ସିନେମା ହଲରେ କରୋନା କଟକଣା କଡ଼ାକଡ଼ି ପାଳନ କରାନଗଲେ ଏଭଳି ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି । ସିନେମା ହଲରେ ଲୋକେ ବହୁ ପାଖାପାଖି ବସୁଥିବା ଦେଖିବାକୁୁ ମିଳିଛି । ଏବେ ପୋଲିସ ସ୍ପେଶିଆଲ ଡ୍ରାଇଭ ଜାରି ରଖିଥିବାବେଳେ ପ୍ରତିଦିନ ଲକ୍ଷ ଲକ୍ଷ ଟଙ୍କାର ଜରିମାନା ଆଦାୟ କରାଯାଉଛି ।
More Stories
୧୦ ଦ୍ଵୀପରେ ଉଡ଼ିବ ତ୍ରିରଙ୍ଗା…..
ସାଧାରଣତନ୍ତ୍ର ଦିବସ ପାଇଁ ଗାନ୍ଧୀମାର୍ଗରେ ଫୁଲ ଡ୍ରେସ୍ ରିହରସାଲ୍…..
କମିବାର ନାଁ ନେଉନାହିଁ ଝାଡାବାନ୍ତି : ୮୮ ଆକ୍ରାନ୍ତ…..