ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆୟ ଓ ଜାତି ପ୍ରମାଣପତ୍ର ପାଇଁ ଆଉ ହନ୍ତସନ୍ତ ହେବାକୁ ପଡିବ ନାହିଁ | ଜାତିଗତ ସହ ବିଭିନ୍ନ ପ୍ରମାଣପତ୍ର ପାଇଁ ସଂଶୋଧିତ ଗାଇଡଲାଇନ ଜାରି ହୋଇଛି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ | ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି କରାଯାଇଛି । ୧୫ ଦିନ ବଦଳରେ ଏଣିକି ୧୦ ଦିନରେ ମିଳିବ ବାସସ୍ଥାନ ଓ ଆୟ ପ୍ରମାଣପତ୍ର । ସେହିପରି ୩୦ ଦିନ ବଦଳରେ ୧୫ ଦିନରେ ST, SC, SEBC, OBC ପ୍ରମାଣପତ୍ର ମିଳିବ । ଆବେଦନର ୩୦ ଦିନରେ ମିଳିବ ଉତ୍ତରାଧିକାରୀ ସାର୍ଟିଫିକେଟ । ବିଭିନ୍ନ କାମ ପାଇଁ ଥରେ ମାତ୍ର ଜାରି ହେବ ଉତ୍ତରାଧିକାରୀ ସାର୍ଟିଫିକେଟ । ଫଳରେ ବିଭିନ୍ନ କାମ ପାଇଁ ଆଉ ଏକାଧିକ ଥର ଆବେଦନ କରିବାକୁ ପଡ଼ିବ ନାହିଁ ।
More Stories
ଓଡ଼ିଶାର ୧୯ ପୋଲିସ କର୍ମଚାରୀଙ୍କୁ ମିଳିବ ପଦକ….
ମାହାଙ୍ଗା ଡବଲ ମର୍ଡର ମାମଲା:ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଜବାବ ତଲବ…..
ମୋଷ୍ଟ ୱାଣ୍ଟେଡ୍ ଆଲୋକ ସେଠୀ ନିହତ: ଘର ନିଆଳି….