ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭାରତୀୟ ଜନତା ପାର୍ଟିର ୪୧ତମ ପ୍ରତିଷ୍ଠା ଦିବସ ଅବସରରେ ଆଜି ଦଳର କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦଳୀୟକର୍ମୀଙ୍କୁ ଶୁଭେଚ୍ଛା ଜଣାଇଥିବା ବେଳେ, ବିରୋଧୀଙ୍କୁ ଟାର୍ଗେଟ୍ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି | କହିଛନ୍ତି କି ବିଜେପି ଗଠନ ଦିଗରେ ମହାପୁରୁଷମାନଙ୍କ ନିଷ୍ଠା ଏବଂ ଦେଶଭକ୍ତି ଅନନ୍ୟ । ବିଜେପି କେବଳ ନିର୍ବାଚନ ଜିତିବା ମେସିନ୍ ନୁହେଁ, ଆମକୁ ସବୁ ସମ୍ପ୍ରଦାୟର ସମର୍ଥନ ମିଳୁଛି । ‘କାର୍ଯ୍ୟକର୍ତ୍ତାଙ୍କ ଦୃଢ ମନୋବଳ, ଦେଶ ଭକ୍ତିକୁ ନେଇ ବିଜେପି ଗତ ୪୧ ବର୍ଷ ହେଲା ଆଗକୁ ବଢିଚାଲିଛି । ଦେଶର ପ୍ରତି ରାଜ୍ୟର କୋଣ ଅନୁକୋଣରେ ବିଜେପି କାମ ଜାରି ରଖିଛି । ଯେଉଁମାନେ ବିଜେପିର ଘୋର ବିରୋଧୀ ସେମାନଙ୍କୁ ମଧ୍ୟ ଦଳ ସମ୍ମାନ କରେ ।’ ବିରୋଧୀଙ୍କୁ ମୋଦି କହିଛନ୍ତି, ‘ ନାଗରିକତା ସଂଶୋଧନ ବିଲ ଏବଂ କୃଷି ଆଇନକୁ ନେଇ ଲୋକମାନଙ୍କୁ ଭ୍ରମିତ କରାଯାଉଛି । ଏହା ପଛରେ ଷଡଯନ୍ତ୍ର ରଚାଯାଇଛି ଏବଂ ରାଜନୖତିକ ଅସ୍ଥିରତା ସୃଷ୍ଟି କରାଯିବାକୁ ଉଦ୍ୟମ କରାଯାଉଛି ।’ ମୋଦି କହିଛନ୍ତି, ‘ବିଜେପି ମହାତ୍ମା ଗାନ୍ଧିଙ୍କ ବିଚାରକୁ ଆଧାର କରି ସମାଜରେ ଥିବା ଶେଷ ବ୍ୟକ୍ତି ନିକଟରେ ଯୋଜନାଗୁଡିକୁ ସଫଳତାର ସହ ପହଞ୍ଚାଇବାକୁ ଚାହୁଁଛି । ଦେଶରେ କ୍ଷୁଦ୍ର ଚାଷୀଙ୍କୁ ସେମାନଙ୍କ ଲାଭ ପହଞ୍ଚାଇବା ଦଳର ଲକ୍ଷ୍ୟ । ଆଗକୁ ମଧ୍ୟ ବିକାଶ କାର୍ଯ୍ୟ ତ୍ବରିତ ଢଙ୍ଗରେ ଜାରି ରହିବ ବୋଳି ପ୍ରଧାନମନ୍ତ୍ରୀ କହିଛନ୍ତି ।’






More Stories
୬୦୦ କକ୍ରୋଚ୍ ପାର୍ଟି ସମର୍ଥକ ଅଟକ….
ଅଟକ ନେତାଙ୍କୁ ଛାଡ଼ିବାକୁ ୱାଙ୍ଗଚୁକଙ୍କ ଚେତାବନୀ….
ଆମକୁ ଜ୍ଞାନେଶ ନୁହେଁ, ଗଣେଶ ଜୀ କରୁଛନ୍ତି ସାହାଯ୍ୟ…..