ରିପୋର୍ଟ କାର୍ଡ / ଭୁବନେଶ୍ବର
ଲଘୁଚାପ ପ୍ରଭାବରେ ୩ଦିନ ହେଲା ସାରା ରାଜ୍ୟରେ ଲଗାଣ ବର୍ଷା ହେଉଛି। ଗାଁରୁ ସହର ସବୁଠି ଲଗାଣ ବର୍ଷା ଜନଜୀବନକୁ ପ୍ରଭାବିତ କରିଛି। ଅନ୍ୟପଟେ ଲଗାଣ ବର୍ଷରେ ଋଷିକୁଲ୍ୟା, ବଂଶଧାରା ଏବଂ ବୈତରଣୀ ଫୁଲିବାରେ ଲାଗିଛି। ଉପରମୁଣ୍ଡରେ ବର୍ଷା ସହ ମହାନଦୀରେ ମଧ୍ୟ ଜଳସ୍ତର ବଢ଼ୁଛି। ହୀରାକୁଦ ଜଳଭଣ୍ଡାରକୁ ସେକେଣ୍ଡ ପିଛା ୩୬,୯୦୮ ଘନଫୁଟ ଜଳ ପ୍ରବେଶ କରୁଥିବାବେଳେ ରବିବାର ରାତି ୯ଟା ସୁଦ୍ଧା ଏହା ପ୍ରାୟ ଦୁଇଗୁଣ ୭୬,୦୫୩ ଘନଫୁଟ ଜଳ ପ୍ରବେଶ କରୁଥିବା ବନ୍ଧ ନିୟନ୍ତ୍ରଣ କକ୍ଷ ସୂତ୍ରରୁ ସୂଚନା ଦିଆଯାଇଛି। ଜଳସ୍ତର ୬୦୧.୯୭ ଫୁଟରୁ ବୃଦ୍ଧି ପାଇ ଏହା ୬୦୨.୭୫ ଫୁଟରେ ପହଞ୍ଚିଛି। ୩ ତାରିଖରେ ରାତି ୯ଟାରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୦୦.୯୧ ଫୁଟ ରହିଥିଲା। ଏହି ସମୟରେ ଜଳଭଣ୍ଡାରକୁ ୨୯,୯୮୬ କ୍ୟୁସେକ ଜଳ ପ୍ରବେଶ କରୁଥିଲା। ସୂଚନା ଯେ, ହୀରାକୁଦ ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା୬୩୦ ଫୁଟ। ରାଜ୍ୟର ବିଭିନ୍ନ ନଦୀରେ ଜଳସ୍ତର ବଢ଼ୁଥିଲେ ମଧ୍ୟ ବନ୍ୟା ଆସିବାର ଆଶଙ୍କା ନାହିଁ ବୋଲି ବିଭାଗ ପକ୍ଷରୁ ପ୍ରକାଶ କରାଯାଇଛି।






More Stories
ବାତ୍ୟା ଲ୍ୟାଣ୍ଡଫଲ୍ ପରେ ସ୍ଥିତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ…..
ଫେବ୍ରୁଆରୀ ୧୬ରୁ ଆରମ୍ଭ ହେବ ଯୁକ୍ତ ୨ ପରୀକ୍ଷା…..
‘ଅକୱାନ’ର ମୁକାବିଲା ପାଇଁ ରାଜ୍ୟ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ……