ରିପୋର୍ଟ କାର୍ଡ / ଭୁବନେଶ୍ଵର
ବାହାନଗା ରେଳ ଦୁର୍ଘଟଣର ଅପରିଚିତ ୨୮ ମୃତଦେହର ସତ୍କାର ହୋଇଛି | ଗତକାଲି ଭୁବନେଶ୍ୱର ଭରତପୁର ଶ୍ମଶାନରେ ୨୮ ମୃତଦେହର ସଂସ୍କାର କରାଯାଇଛି। ବିଏମସି ଅଧିକାରୀଙ୍କ ଉପସ୍ଥିତିରେ ସଂସ୍କାର କାମ ଶେଷ ହୋଇଥିବା ସୂଚନା ମିଳିଛି | ଉଲ୍ଲେଖ ଯୋଗ୍ୟ- ବାହାନଗା ରେଳ ଦୁର୍ଘଟଣାରେ ୨୮ ମୃତଦେହର ପରିଚୟ ମିଳି ନଥିଲା । ଡିଏନଏ ଟେଷ୍ଟ ପରେ ସାଢ଼େ ୪ ମାସ ହେବ ଭୁବନେଶ୍ୱର ଏମ୍ସ ପରିସରରେ କଣ୍ଟେନରରେ ୨୮ଟି ମୃତଦେହ ରଖାଯାଇଥିଲା। ତେବେ କେହି ଦାବିଦାର ନ ଆସିବାରୁ ଏହି ସବୁ ମୃତଦେହକୁ ସଂସ୍କାର କରାଯାଇଛି। ।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍ଦାର ଗିରଫ…..
ସ୍ୱଚ୍ଛ ଓ ସଠିକ୍ ଭୋଟର ତାଲିକା ପାଇଁ ‘SIR’ ଆବଶ୍ୟକ…..