ରିପୋର୍ଟ କାର୍ଡ / ଭୁବନେଶ୍ୱର
ଓଡ଼ିଶାରରେ ଡେଲ୍ଟା ପ୍ଲସ ଭାରିଆଣ୍ଟ ରୋଗୀ ଚିହ୍ନଟ | ଆଜି ରାଜ୍ୟରେ ଗୋଟିଏ ଡେଲଟା ପ୍ଲସ ଭେରିଆଣ୍ଟ ରୋଗୀ ଚିହ୍ନଟ ହୋଇଛି। ଡେଲଟା ପ୍ଲସ ଚିହ୍ନଟ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ମିଳିଛି। ଦେଶରେ ଚିହ୍ନଟ ମୋଟ ୪୮ଟି କେସ୍ରୁ ଓଡ଼ିଶାରେ ଗୋଟିଏ ରହିଛି। ମହାରାଷ୍ଟ୍ରରେ ୨୦, ତାମିଲନାଡୁରେ ୯, ମଧ୍ୟପ୍ରଦେଶରେ ୭ ଚିହ୍ନଟ ହୋଇଛନ୍ତି। ଓଡ଼ିଶାରେ ଚିହ୍ନଟ ଡେଲଟା ପ୍ଲସ ରୋଗୀ ଦେବଗଡ଼ର ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି। କୋଭାକ୍ସିନ ଓ କୋଭିସିଲ୍ଡ ସବୁ ଭେରିଆଣ୍ଟ ପ୍ରତି ଫଳପ୍ରଦ ବୋଲି ପ୍ରେସମିଟରେ ICMR ମୁଖ୍ୟ ବଳରାମ ଭାର୍ଗବଙ୍କ ସୂଚନା ଦେଇଛନ୍ତି। କୋଭିଡ଼ର ସମସ୍ତ ଭେରିଆଣ୍ଟକୁ ମାତ୍ କ୍ଷମତା ୨ ଟିକା ରଖିଛି। କୋଭାକ୍ସିନ ଓ କୋଭିସିଲ୍ଡ ସବୁ ଭେରିଆଣ୍ଟ ପ୍ରତି କାମ କରୁଛି। ଆଲଫା, ବିଟା, ଗାମା, ଡେଲଟା, ଡେଲଟା ପ୍ଲସ ପ୍ରତି କାମ ଦେଉଛି ବୋଲି ସେ କହିଛନ୍ତି।
Discussion about this post