Report Card Odisha

| Daily Odia News

ସୌମ୍ୟରଞ୍ଜନ ମୃତ୍ୟୁ ମାମଲା:ଓଆଇସି ମମତା ପଣ୍ଡାଙ୍କୁ ୩ ଘଣ୍ଟା ଜେରା କଲା କ୍ରାଇମବ୍ରାଞ୍ଚ…

ରିପୋର୍ଟ କାର୍ଡ / ପାରଳାଖେମୁଣ୍ଡି

ବହୁଚର୍ଚ୍ଚିତ ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ | ଘଟଣାର ତଦନ୍ତ ଯେତେ ଭିତରକୁ ଯାଉଛି , ସେତ ନୂଆ ମୁଡ ନଉଛି ତଦନ୍ତ | ଏହି ମାମଲାରେ ସମ୍ପୃକଥିବା ନୂଆ ଚେହେରା ସାମ୍ନାକୁ ଆସୁଛି | ଘନ ଘନ ଜେରା କରି ରହସ୍ୟର ଖିଅ ଖୋଜୁଛି କ୍ରାଇମବ୍ରାଞ୍ଚ । ଶୁକ୍ରବାର ଗୁରାଣ୍ଡି ଥାନା ଓଆଇସି ମମତା ପଣ୍ଡାଙ୍କୁ ତିନି ଘଣ୍ଟା ଜେରା କରିଛି କ୍ରାଇମବ୍ରାଞ୍ଚ । ପାରଳାଖେମୁଣ୍ଡି ଥାନାରେ ତାଙ୍କୁ ପଚାର ଉଚରା କରାଯାଇଛି । ସେଦିନ ସେ କାହିଁକି ଆସିଥିଲେ ? ବିଦ୍ୟାଭାରତୀଙ୍କ ସହ ତାଙ୍କର ସମ୍ପର୍କ କଣ ? ହସ୍ପିଟାଲରେ ସେ କଣ କରୁଥିଲେ ? କାହିଁକି ଅଟକାଇଥିଲେ ଆମ୍ବୁଲାନ୍ସ ? ତଦନ୍ତକାରୀ ଟିମ୍ ମମତା ପଣ୍ଡାଙ୍କୁ ଏଭଳି ପ୍ରଶ୍ନ ପଚାରିଥିବା ନେଇ ସୂଚନା ମିଳିଛି । ଉଲେଖ ଯୋଗ୍ୟ – ମମତା ପଣ୍ଡାଙ୍କ ନାଁରେ ଅଭିଯୋଗ କରିଥିଲେ ମୃତ ଏସିଏଫ୍ ସୌମ୍ୟଙ୍କ ପରିବାର । ସେ ରାସ୍ତାରେ ଆମ୍ବୁଲାନ୍ସ ଅଟକାଇଥିବା ଅଭିଯୋଗ କରିଥିଲେ । ମମତା ବିଦ୍ୟାଭାରତୀଙ୍କର ଦୂର ସମ୍ପର୍କୀୟ ହେବେ । ସେଦିନ ସୌମ୍ୟଙ୍କ ଦେହରେ ନିଆଁ ଲାଗିବା ଖବର ଶୁଣିବା ପରେ ମାନବିକତା ଦୃଷ୍ଟି କୋଣରୁ ସେ ହସ୍ପିଟାଲକୁ ଆସିଥିଲେ ବୋଲି କ୍ରାଇମବ୍ରାଞ୍ଚ ଡିଏସପି କହିଛନ୍ତି । ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ମମତା ପଣ୍ଡାଙ୍କୁ ମିଶାଇ ୧୬ ଜଣଙ୍କୁ ବିଭିନ୍ନ ପର୍ୟ୍ୟାୟରେ ପଚରାଉଚରା କଲାଣିତଦନ୍ତକାରୀ ଟିମ୍ । ଆଗକୁ ଗଜପତି ଡିଏପଓ ସଂଗ୍ରାମ କେଶରୀ ବେହେରା ଓ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କୁ ଜେରା ହେବ ବୋଲି ସୂଚନା ମିଳିଛି ।

Breaking News