ଭୁବନେଶ୍ୱର : ଲଗାତାର ୧୨ ଦିନ ଧରି ଲଗାତାର ବଢିବାରେ ଲାଗିଛି ପେଟ୍ରୋଲ ଆଉ ଡିଜେଲ ଦର । ଦିଲ୍ଲୀ ସହର ସମେତ ଦେଶର ବିଭିନ୍ନ ସ୍ଥାନରେ ପେଟ୍ରୋଲ ଦର ବଢିଛି । ଦିଲ୍ଲୀରେ ପେଟ୍ରୋଲ ଦର ୪୯ ପଇସା ବଢିଥିବା ବେଳେ ଡିଜେଲ ୩୭ ପଇସା ବଢିଛି । ଫଳରେ ଦିଲ୍ଲୀରେ ୯୦ ଟଙ୍କା ୫୮ ପଇସାରେ ରହିଛି ପେଟ୍ରୋଲ ଦର । ସେହିଭଳି ୩୮ ବଢି ମୁମ୍ବାଇରେ ପେଟ୍ରୋଲ ୯୭ ଟଙ୍କାରେ ପହଂଚିଛି । ତେବେ ଆଜି ବେଙ୍ଗାଲୁରୁରେ ଟଙ୍କାଏ ୩୦ ପଇସା ପେଟ୍ରୋଲ ଦର ବଡିଛି । ୯୩ ଟଙ୍କା ୭୭ ପଇସା ବେଙ୍ଗାଲୁରୁରେ ବିକ୍ରି ହେଉଛି । ସେହିପରି ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ରେ ଅଜି ୨୯ ପଇସା ବଢିଛି ପେଟ୍ରୋଲର ଦର । ରାଜଧାନୀରେ ପେଟ୍ରୋଲ ଲିଟର ପିଛା ୯୧ ଟଙ୍କା ୨୯ ପଇସା ଏବଂ ଡିଜେଲ୍ ୮୮ଟଙ୍କା ୨୩ ପଇସାରେ ବିକ୍ରି ହେଉଛି । ସେହିପରି ସମ୍ବଲପୁରରେ ପେଟ୍ରୋଲ ୯୧ ଟଙ୍କା ୮୫ ପଇସା, ଡିଜେଲ ୮୮ ଟଙ୍କା ୮୯ ପଇସା । କଟକରେ ପେଟ୍ରୋଲ ୯୧ଟଙ୍କା ୫୫ ପଇସା ଏବଂ ଡିଜେଲ୍ ୮୮ ଟଙ୍କା ୪୮ ପଇସା ରହିଛି ।





More Stories
ଅନିଲଙ୍କ ସମ୍ପତ୍ତି ବାଜ୍ୟାପ୍ତ କଲା ED, ରହିଛି ଭୁବନେଶ୍ୱର ଲିଙ୍କ୍…..
ତୁରନ୍ତ ରୋକନ୍ତୁ ଏସଆଇଆର୍…..
ଶପଥ ସମାରୋହରେ ଗାମୁଛା ଉଡ଼ାଇଲେ ମୋଦି…..