ଭୁବନେଶ୍ୱର : ଲଗାତାର ୧୨ ଦିନ ଧରି ଲଗାତାର ବଢିବାରେ ଲାଗିଛି ପେଟ୍ରୋଲ ଆଉ ଡିଜେଲ ଦର । ଦିଲ୍ଲୀ ସହର ସମେତ ଦେଶର ବିଭିନ୍ନ ସ୍ଥାନରେ ପେଟ୍ରୋଲ ଦର ବଢିଛି । ଦିଲ୍ଲୀରେ ପେଟ୍ରୋଲ ଦର ୪୯ ପଇସା ବଢିଥିବା ବେଳେ ଡିଜେଲ ୩୭ ପଇସା ବଢିଛି । ଫଳରେ ଦିଲ୍ଲୀରେ ୯୦ ଟଙ୍କା ୫୮ ପଇସାରେ ରହିଛି ପେଟ୍ରୋଲ ଦର । ସେହିଭଳି ୩୮ ବଢି ମୁମ୍ବାଇରେ ପେଟ୍ରୋଲ ୯୭ ଟଙ୍କାରେ ପହଂଚିଛି । ତେବେ ଆଜି ବେଙ୍ଗାଲୁରୁରେ ଟଙ୍କାଏ ୩୦ ପଇସା ପେଟ୍ରୋଲ ଦର ବଡିଛି । ୯୩ ଟଙ୍କା ୭୭ ପଇସା ବେଙ୍ଗାଲୁରୁରେ ବିକ୍ରି ହେଉଛି । ସେହିପରି ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ରେ ଅଜି ୨୯ ପଇସା ବଢିଛି ପେଟ୍ରୋଲର ଦର । ରାଜଧାନୀରେ ପେଟ୍ରୋଲ ଲିଟର ପିଛା ୯୧ ଟଙ୍କା ୨୯ ପଇସା ଏବଂ ଡିଜେଲ୍ ୮୮ଟଙ୍କା ୨୩ ପଇସାରେ ବିକ୍ରି ହେଉଛି । ସେହିପରି ସମ୍ବଲପୁରରେ ପେଟ୍ରୋଲ ୯୧ ଟଙ୍କା ୮୫ ପଇସା, ଡିଜେଲ ୮୮ ଟଙ୍କା ୮୯ ପଇସା । କଟକରେ ପେଟ୍ରୋଲ ୯୧ଟଙ୍କା ୫୫ ପଇସା ଏବଂ ଡିଜେଲ୍ ୮୮ ଟଙ୍କା ୪୮ ପଇସା ରହିଛି ।





More Stories
ସୋନମ ୱାଙ୍ଗଚୁକଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ଅପଡେଟ୍ କଲା ହସ୍ପିଟାଲ….
ବଦଳିଲା NDA ସଂସଦୀୟ ଦଳର ନାମ…..
ISROର ସାଇଣ୍ଟିଷ୍ଟ ଚାକିରି ଛାଡିଲେ: ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ……