Report Card Odisha

| Daily Odia News

ଡିନାମାଇଟ ଲଗାଇ ଉଡାଇଲେ ଟ୍ରମ୍ପଙ୍କ ପ୍ଲାଜା

ଆମେରିକା: ମାଟିରେ ମିଶିଲା ଟ୍ରମ୍ପଙ୍କ ପ୍ଲାଜା । ୩ହଜାର ଡିନାମାଇଟ ଲଗାଇ ଉଡାଇ ଦେଲେ ବିଲ୍ଡିଂ । ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଳ ଟ୍ରମ୍ପଙ୍କ ପ୍ଲାଜାକୁ ହଜାର ହଜାର ଡାଇନାମାଇଟ ଲଗାଇ ଭାଙ୍ଗି ଦିଆଯାଇଛି । ଆମେରିକା ଆଂଟଲାଟିକା ସହର ଉପରେ ସ୍ଥିତ ଏହି ପ୍ଲାଜା କାସିନୋ ପାଇଁ ଜଣା ଯାଉଥିଲା । କିନ୍ତୁ ଏବେ ଟ୍ରମ୍ପଙ୍କ ଏହି ପ୍ଲାଜାକୁ ୩ହଜାର ଡାଇନାମାଇଟ ଲଗାଇ ମାଟିରେ ମିଶାଇ ଦିଆଯାଇଛି । ଆଉ ସେହି ସମୟର ଦୃଶ୍ୟକୁ ଲୋକେ ଦେଖିବା ପାଇଁ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇଥିଲା । ଟ୍ରମ୍ପଙ୍କ ଏହି ପ୍ଲାଜା ୧୯୮୪ ମସିହାରେ ଖୋଲା ଯାଇଥିଲା । ଏବଂ ୨୦୧୪ ରେ ଏହାକୁ ବନ୍ଦ କରିଦିଆଯାଇଥିଲା । ଆଉ ଏକ ଝଡ ତୋଫାନ କାରଣରୁ ଏହି ବିଲ୍ଡିଂର ଅବସ୍ଥା ସ୍ୱଚ୍ଛନିୟ ହୋଇଯାଇଥିଲା ଯାହାକୁ ଭାଙ୍ଗିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ସହରର ମେୟର ମାର୍ଟିନ୍ସ ମାର୍ଟ । ସବୁଠୁ ବଡ କଥା ହେଉଛି ଯେତେବେଳେ ଏହି ବିଲ୍ଡିଂ କୁ ଭଙ୍ଗାଯାଇଥିଲା ସେତେବେଳ କେବଳ ହଜାର ହଜାର ଲୋକ ଦେଖୁଥିଲେ ତା ନୂହେଁ , ଏହାର ଲାଇଭ ଟେଲିକାଷ୍ଟ ମଧ୍ୟ ହେଉଥିଲା । ୩୪ ମହଲା ବିଶିଷ୍ଟ ଏହି ବିଲ୍ଡିଂ ମାତ୍ର ୨୦ ସେକେଣ୍ଡ ମଧ୍ୟରେ ଭାଙ୍ଗି ମାଟିରେ ମିଶିଗଲା । ସେପଟେ ସ୍ଥାନୀୟ ମେୟରଙ୍କ କହିବା କଥା ଏହି ବିଲ୍ଡିଂ ଭାଙ୍ଗିବା ପରେ ଏହାର ଭଗ୍ନାସ ପ୍ରାୟ ୮ମହଲା ଉଚ୍ଚାର ଗଦା ହୋଇ ରହିଛି । ଆଉ ଏହାକୁ ସଫା କରିବା ପାଇଁ ଜୁନ୍ ମାସ ଯାଏ ସମୟ ଲାଗିବ । ତେବେ ସୂଚନା ଅନୁସାରେ ହଲିଉଡ ସିନେମାରେ ତ ଟ୍ରମ୍ପ ନଜର ଆସିଛନ୍ତି । ତାଙ୍କ ସହିତ ତାଙ୍କର ଏହି ପ୍ଲାଜା ମଧ୍ୟ ହଲିଉଡ୍‌ରେ ନଜର ଆସିଛି । ଏହି ବିଲ୍ଡିଂରେ ଅନେକ ହଲିଉଡ୍ ଫିଲ୍ମ ସୁଟିଂ ହୋଇସାରିଛି ।

Breaking News