Report Card Odisha

| Daily Odia News

ତୈଳ ଦର ବୃଦ୍ଧି : ସାଇକେଲ ଚଳାଇ ପ୍ରତିବାଦ କଲେ କଂଗ୍ରେସ ବିଧାୟକ

ଭୁବନେଶ୍ୱର: ଲଗାତାର ବଢିଚାଲିଛି ପେଟ୍ରୋଲ ଓ ଡିଜେଲ ଦର । ତେଲ ଦର ବୃଦ୍ଧିକୁ ନିଆରା ଢଙ୍କରେ ବିରୋଧ କରିଛନ୍ତି କଂଗ୍ରେସ ବିଧାୟକ । ବିଧାନସଭାକୁ ସାଇକେଲରେ ଆସିଛନ୍ତି କଂଗ୍ରସ ବିଧାୟକ । ତେଲ ଦର ବୃଦ୍ଧି ପାଇଁ ଉଭୟ କେନ୍ଦ୍ର ଓ ରଜ୍ୟ ସରକାରଙ୍କୁ ଦାୟି କରିଛନ୍ତି । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର କମ୍ ରହିଥିବା ବେଳେ କେନ୍ଦ୍ର ଓ ରାଜ୍ୟ ସରକାର ମାତ୍ରାଧିକ ଟିକସ ଆଦାୟ କରୁଥିବା କଂଗ୍ରସ ବିଧାୟକମାନେ ଅଭିଯୋଗ କରିଛନ୍ତି । ୨ଦିନ ସ୍ଥିର ରହିବା ପରେ ପୁଣି ବଢିଛି ପେଟ୍ରୋଲ ଓ ଡିଜେଲ ଦର । କାଲିମେଳାରେ ଆଜି ପେଟ୍ରୋଲ ଦର ସର୍ବାଧିକ ୯୭ ଟଙ୍କା ୧୪ ପଇସା ଓ ଡିଜେଲ ୯୩ ଟଙ୍କା ୮୬ ପଇସାରେ ପହଂଚିଛି । ସେହିଭଳି ମାଲକାନଗିରିରେ ସାଧାରଣ ପେଟ୍ରୋଲ ୯୩ ଟଙ୍କା ଓ ଡିଜେଲ ୯୦ ଟଙ୍କାରୁ ଅଧିକ । ସମ୍ବଲପୁର ଭୁବନେଶ୍ୱର ଓ ବ୍ରହ୍ମପୁରରେ ପେଟ୍ରୋଲ ଲିଟର ପିଛା ଦର ୯୨ଟଙ୍କାରୁ ଅଧିକ ରହିଛି । ସମ୍ବଲପୁର ଓ ବ୍ରହ୍ମପୁରରେ ଡିଜେଲ ୮୯ଟଙ୍କାରୁ ଅଧିକ ରହିଛି । ସେହିପରି ଭୁବନେଶ୍ୱରରେ ଡିଜେଲ ଲିଟର ପିଛା ଦର ୮୮ ଟଙ୍କା ୯୫ ପଇସା ହୋଇଛି ।

Breaking News