Report Card Odisha

| Daily Odia News

ଏହି ରୋଗୀ ମାନେ ତରଭୁଜ ଖାଇବା ଅନୁଚିତ

ଖରାଦିନେ ପ୍ରଚୁର ମାତ୍ରାରେ ତରଭୁଜ ମିଳିଥାଏ। ତରଭୁଜ ଖାଇବା ଦ୍ୱାରା ଆମ ଶରୀରରେ ପାଣିର ଅଭାବ ଦୂର ହୋଇଥାଏ। ଏଥିରେ ଭିଟାମିନ୍, ମିନେରାଲ ଓ ଆଣ୍ଟିଅକ୍ସଟେଣ୍ଟ ପ୍ରଚୁର ମାତ୍ରାରେ ରହିଛି। ଯାହା ଶରୀରକୁ ସୁସ୍ଥ ରଖିଥାଏ। ବିଶେଷଜ୍ଞଙ୍କ ଅନୁସାରେ ଜଣେ ବ୍ୟକ୍ତି ଦିନରେ ୩୦୦ ଗ୍ରାମ୍‌ ପର୍ଯ୍ୟନ୍ତ ତରଭୁଜ ଖାଇପାରିବେ। ହେଲେ ଏହି ଫଳ ସମସ୍ତଙ୍କ ପାଇଁ ଲାଭଦାୟକ ନୁହେଁ। ଆସନ୍ତୁ ଜାଣିବା କେଉଁମାନଙ୍କୁ ତରଭୁଜ ଖାଇବାକୁ ବାରଣ କରାଯାଇଥାଏ।

ମଧୁମେହ ରୋଗୀ: ଆମେ ଖାଉଥିବା ଯେକୌଣସି ଖାଦ୍ୟରେ ସୁଗାର ରକ୍ତରେ କେତେ ଶୀଘ୍ର ମିଶିଥାଏ ଏହାର ମାପଦଣ୍ଡ ଗ୍ଲାଇସୋମିକ ଇଣ୍ଡେକ୍ସ ଦ୍ୱାରା କରାଯାଇଥାଏ। ୧୦୦ ସ୍କେଲ୍‌ରେ ଥିବା ତରଭୁଜର ଗ୍ଲାଇସୋମିକ ଇଣ୍ଡେକ୍ସ ୭୦ ରହିଥାଏ। ଏଥିରେ ନେଚୁରାଲ ସୁଗାର ରହିଥାଏ। ତେଣୁ ମଧୁମେହ ରୋଗୀଙ୍କୁ ତରଭୁଜ ଖାଇବା ଠାରୁ ଦୂରେଇ ରହିବାକୁ କୁହାଯାଇଥାଏ। ଯଦି ତରଭୁଜ ଖାଉଛନ୍ତି ବାଦାମ, ଅଖରୋଟ ଓ ନଟ୍ସ ଖାଇବାକୁ ଭୁଲନ୍ତୁ ନାହିଁ।

 କିଡନୀ ରୋଗୀ: ଯେଉଁମାନେ କିଡନୀ ରୋଗରେ ପୀଡ଼ିତ, ସେମାନେ ତରଭୁଜ ଖାଇବା ଠାରୁ ଦୂରେଇ ରୁହନ୍ତୁ। ଏଥିରେ ଥିବା ମିନେରାଲ କିଡନୀକୁ କ୍ଷତି ପହଞ୍ଚାଇବାର ଆଶଙ୍କା ରହିଥାଏ। ବିଶେଷଜ୍ଞଙ୍କ ଅନୁସାରେ ତରଭୁଜରେ ପ୍ରଚୁର ମାତ୍ରାରେ ପାଣି ରହିଛି। ଯେଉଁମାନଙ୍କ କିଡ଼ନୀ ଖରାପ ହୋଇ ୟୁରିନ୍ ତିଆରି ହୋଇପାରୁ ନାହିଁ, ସେମାନେ ଏହି ଫଳ ଖାଇବା ଠାରୁ ଦୂରେଇ ରହନ୍ତୁ। ଯଦି ତରଭୁଜ ଖାଉଛନ୍ତି ଏଥିରେ ଥିବା ଜଳୀୟ ଅଂଶ ୟୁରିନ୍‌ ତିଆରି କରିପାରି ନଥାଏ। ଏହାଦ୍ୱାରା ହୃଦ୍‌ଘାତ ହେବାର ଆଶଙ୍କା ବଢ଼ି ଯାଇଥାଏ।

 ଆସ୍ଥମା ରୋଗୀ: ଆସ୍ଥମା ରୋଗୀଙ୍କୁ ଥଣ୍ଡା ଖାଦ୍ୟ ଖାଇବା ଠାରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଥାଏ। ତରଭୁଜରେ ପାଣିର ମାତ୍ରା ଅଧିକ ରହିଛି। ତେଣୁ ଆସ୍ଥମା ରୋଗୀଙ୍କୁ ତରଭୁଜ ଖାଇବାକୁ ମନା କରାଯାଇଥାଏ। ଏଥିରେ ଥିବା ଅମୀନୋ ଏସିଡ୍‌ ଆସ୍ଥମା ରୋଗୀଙ୍କ ଶରୀରକୁ କ୍ଷତି ପହଞ୍ଚାଇବାର ଆଙ୍କା ରହିଥାଏ।

Breaking News