Report Card Odisha

| Daily Odia News

ନନ୍ଦନକାନନକୁ ଜଗିବେ ଓଆଇଏସଏଫ….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ନନ୍ଦନକାନନର ସୁରକ୍ଷା ଦାୟିତ୍ୱ ନେଇଛି ଓଡିଶା ଶିଳ୍ପ ସୁରକ୍ଷା ବାହିନୀ(ଓଆଇଏସଏଫ) | ଭୁବନେଶ୍ୱରରେ ଥିବା ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଏବଂ ରାଜ୍ୟ ବଟାନିକାଲ ଗାର୍ଡେନର ସୁରକ୍ଷାକୁ ମଜବୁତ କରିବା ପାଇଁ ଓଆଇଏସଏଫର ଏକ ପ୍ଲାଟୁନ୍ ଯବାନ ନିୟୋଜିତ ହୋଇଛନ୍ତି | ଏମାନଙ୍କ ମଧ୍ୟରେ ଜଣେ ଇନ୍ସପେକ୍ଟର, ୪ ଜଣ ସବ୍ ଇନ୍ସପେକ୍ଟର ଏବଂ ୩୦ କନଷ୍ଟେବଳଙ୍କ ସହିତ ଏହା ଏକ ୩୫ ଜଣିଆ ଟିମ | ୩୦ ଜୁଲାଇରେ ନନ୍ଦନକାନନ ଏବଂ OISF ମଧ୍ୟରେ ଗୋଟିଏ ଏମଓୟୁ ସ୍ୱାକ୍ଷରିତ ହୋଇଥିଲା | ଆଜିଠାରୁ ଏହି ଫୋର୍ସ ଅନ୍ତର୍ଭୁକ୍ତ କରାଯାଇଛି। ଉଲ୍ଲେଖ ଥାଉ କି ଗତ ଏପ୍ରିଲରେ ନନ୍ଦନକାନନ ପ୍ରାଣୀଉଦ୍ୟାନରେ ଦୁର୍ବୃତ୍ତଙ୍କ ଗୁଣ୍ଡାରାଜ ଦେଖିବାକୁ ମିଳିଥିଲା। ଦୁଇ ଦୁର୍ବୃତ୍ତ ନନ୍ଦନକାନନ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ପଶି ଖଣ୍ଡାମୁନରେ ଭୟ ଓ ଆତଙ୍କ ସୃଷ୍ଟି କରିବା ସହ ବ୍ୟାପକ ଭଙ୍ଗାରୁଜା କରିଥିଲେ । ଏଥିସହ ସେମାନେ ଉପନିର୍ଦ୍ଦେଶକଙ୍କୁ ଆକ୍ରମଣ ଉଦ୍ୟମ କରିଥିଲେ ।

Breaking News