Report Card Odisha

| Daily Odia News

ହାଇଦ୍ରାବାଦରେ ୨ଟି ସଂକ୍ରମଣ ଚିହ୍ନଟ …..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଜି ହାଇଦ୍ରାବାଦରେ ୨ଟି ସଂକ୍ରମଣ ଚିହ୍ନଟ ହୋଇଛନ୍ତି | ଏହି ଆକ୍ରାନ୍ତ ଭାରତରେ ‘ଓମିକ୍ରନ୍’ ଭାରିଆଣ୍ଟରେ ସଂକ୍ରମିତ ରୋଗୀଙ୍କ ମୋଟ ସଂଖ୍ୟା ୫୬ କୁ ବୃଦ୍ଧି ପାଇଛି। ସୂଚନା ଅନୁସାରେ, ଡିସେମ୍ବର ୧୨ ତାରିଖରେ ହାଇଦ୍ରାବାଦ ଆନ୍ତର୍ଜାତିକ ବିମାନ ବନ୍ଦରରେ ପହଞ୍ଚିଥିବା ଜଣେ ୨୪ ବର୍ଷୀୟ କେନୀୟ ମହିଳା ଏବଂ ୨୩ ବର୍ଷିୟ ସୋମାଲୀୟ ବ୍ୟକ୍ତି ‘ଓମିକ୍ରନ୍‌ କରୋନାଭାଇରସ୍‌’ ପଜିଟିଭ୍ ହୋଇଛନ୍ତି। ସେମାନଙ୍କ ସହ ଜଣେ ୭ ବର୍ଷୀୟ ପିଲା ମଧ୍ୟ ଅଛନ୍ତି। ସେମାନେ ପଶ୍ଚିମବଙ୍ଗ ଗସ୍ତ କରିଛନ୍ତି ଏବଂ ସମ୍ପ୍ରତି ଗାଚିବଉଲିରେ ଅଛନ୍ତି। ତେଣୁ, ପଶ୍ଚିମବଙ୍ଗ ସରକାରଙ୍କୁ ତେଲେଙ୍ଗାନା ସରକାର ସତର୍କ କରାଇ ଦେଇଛନ୍ତି। ପୂର୍ବରୁ ମଙ୍ଗଳବାର ସନ୍ଧ୍ୟାରେ ମହାରାଷ୍ଟ୍ରରେ ମଧ୍ୟ ୮ଟି ନୂଆ ‘ଓମିକ୍ରନ୍‌’ ମାମଲା ଚିହ୍ନଟ ହୋଇଥିଲା। ସେଥିରୁ ମୁମ୍ବାଇରୁ ଚିହ୍ନଟ ହୋଇଥିଲେ ୭ଜଣ। ଆକ୍ରାନ୍ତ ବ୍ୟକ୍ତିମାନେ ବିଦେଶଗସ୍ତ କରି ନ ଥିବା ଜଣାପଡ଼ିଛି। ପୂର୍ବ ସୂଚନା ମୁତାବକ, ‘ଓମିକ୍ରନ୍‌’ ବିପଦ ଆଶଙ୍କାରେ ଅନ୍ୟାନ୍ୟ ପଦକ୍ଷେପ ସମେତ ସରକାର ହାଇଦ୍ରାବାଦ ଆନ୍ତର୍ଜାତିକ ବିମାନ ବନ୍ଦରରେ ‘ଟେଷ୍ଟିଙ୍ଗ୍‌ ମେକାନିଜମ୍‌’ ବଢ଼ାଇ ଦେଇଛନ୍ତି। ବିପଦର ଆଶଙ୍କା ଅଛି ବୋଲି କେନ୍ଦ୍ର ସରକାର ଚିହ୍ନିତ କରିଥିବା ୧୧ଟି ରାଷ୍ଟ୍ରରୁ ଆସୁଥିବା ଯାତ୍ରୀମାନଙ୍କର ‘ଆର୍‌ଟି-ପିସିଆର୍‌’ ପରୀକ୍ଷା କରାଯାଉଛି।

Breaking News